ମିଷ୍ଟର ୟୁନିଭର୍ସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ପୁରୀର ୩ ଜଣ ପ୍ରତିଯୋଗୀଙ୍କୁ ମିଳିଛି ସଫଳତା

ପୁରୀ (କେନ୍ୟୁଜ୍) : ୱାର୍ଲଡ ଫିଟନେସ ଫେଡେରେସନ ଆନୁକୂଲ୍ୟରେ ଥାଇଲାଣ୍ଡରେ ଅନୁଷ୍ଠିତ ମିଷ୍ଟର ୟୁନିଭର୍ସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପୁରୀର ୩ ଜଣ ପ୍ରତିଯୋଗୀ ସଫଳତା ପାଇଛନ୍ତି । ଥାଇଲାଣ୍ଡଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୭୨ଟି ଦେଶରୁ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗନେଇଥିଲେ। ପୁରୀର ରଞ୍ଜନ ମହାନ୍ତି, ସତୀଶ ହୁଡ଼ା ଓ କଟକର ବିକ୍ରମ କୁଅଁର ଓଡିଶାରୁ ଚୟନ ହୋଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି।

ମିଷ୍ଟର ୟୁନିଭର୍ସ ବରମୁଣ୍ଡା ଇଭେଣ୍ଟରେ ବିକ୍ରମ କୁମାର ରୌପ୍ୟ ପଦକ ପାଇଥିବାବେଳେ ସୁପର ଏକ୍ସଟ୍ରିମ୍ ବଡି ୱେଟ୍ ଇଭେଣ୍ଟରେ ସତୀଶ ଓ ରଞ୍ଜନ ଚତୁର୍ଥ ସ୍ଥାନ ହାସଲ କରି ପୁରୀ ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି।ଏହି ସଫଳତା ପାଇଁ କଳିଙ୍ଗ ବଡି ବିଲଡିଙ୍ଗ ଫିଟନେସ ଆସୋସିଏସନର ସଭାପତି ଗୌରୀ ଶଙ୍କର ସିଂହାରୀ, କୋଷାଧକ୍ଷ ଚିତ୍ତ ରଞ୍ଜନ ବେହେରା ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଧନ୍ୟବାଦ୍ ଜଣାଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.