Below header

UPHESC: ୯୧୭ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ବାହାରିଲା ନିଯୁକ୍ତି, ଅଗଷ୍ଟ ୭ ସୁଦ୍ଧା କରନ୍ତୁ ଆବେଦନ; ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ଉତ୍ତର ପ୍ରଦେଶ ଉଚ୍ଚତ୍ତର ଶିକ୍ଷା ସେବା ଆୟୋଗ (Uttar Pradesh Higher Education Services Commission) ବିଭିନ୍ନ ବିଷୟର ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ବାହାର କରିଛି। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଶାୟୀମାନେ ଅଫିସିଆଲ େଓ୍ଵବ୍‌ସାଇଟ uphesc.org ଜରିଆରେ ଅଗଷ୍ଟ ୭, ୨୦୨୨ ସୁଦ୍ଧା ଆବେଦନ କରି ପାରିବେ।

ଏହି ନିଯୁକ୍ତି ପ୍ରକ୍ରିୟା ଜରିଆରେ ଖାଲି ପଡ଼ିଥିବା ୯୧୭ଟି ପଦ ପୂରଣ କରାଯିବ। ଆଶାୟୀମାନେ ଅଫିସିଆଲ େଓ୍ଵବ୍‌ସାଇଟ ଜରିଆରେ ନିର୍ଦ୍ଧାରିତ ଶେଷ ତାରିଖ ସୁଦ୍ଧା ଆବେଦନ କରି ପାରିବେ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦଗୁଡ଼ିକ ପାଇଁ ଆବେଦନ କରୁଥିବା ଆଶାୟୀମାନଙ୍କ ପାଖରେ କୌଣସି ବି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧିତ ବିଷୟରେ ମାଷ୍ଟର ଡିଗ୍ରୀ ଥିବା ଦରକାର। ଆଶାୟୀମାନେ ୫୫ ପ୍ରତିଶତ ନମ୍ବର ସହିତ ପାସ୍‌ ହୋଇଥିବା ଜରୁରୀ। ଅଧିକ ଶିକ୍ଷାଗତ ଯୋଗ୍ୟତା ଏବଂ ନିଯୁକ୍ତି ସମ୍ବନ୍ଧିତ ଅନ୍ୟାନ୍ୟ ସୂଚନା ପାଇଁ ଆଶାୟୀମାନେ ଅଫିସିଆଲ େଓ୍ଵବ୍‌ସାଇଟରେ ଜାରି ନୋଟିଫିକେସନ ଯାଞ୍ଚ କରି ପାରିବେ।

ବୟସ ସୀମା

ଆଶାୟୀମାନଙ୍କର ସର୍ବାଧିକ ବୟସ ୬୨ ବର୍ଷ ଧାର୍ଯ୍ୟ କରାଯାଇଛି।

ଚୟନ ପ୍ରକ୍ରିୟା

ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଆଶାୟୀମାନଙ୍କର ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ କରାଯିବ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ବର୍ତ୍ତମାନ ଲିଖିତ ପରୀକ୍ଷାର ତାରିଖ ଘୋଷଣା କରାଯାଇ ନାହିଁ।

ଏମିତି କରନ୍ତୁ ଆବେଦନ

-ପ୍ରଥମେ ଆଶାୟୀମାନେ ଅଫିସିଆଲ େଓ୍ଵବ୍‌ସାଇଟ uphesc.orgକୁ ଯାଆନ୍ତୁ।

-ହୋମ୍‌ ପେଜ୍‌ରେ ଦିଆଯାଇଥିବା Login ଉପରେ କ୍ଲିକ୍‌ କରନ୍ତୁ।

-ମଗା ଯାଇଥିବା ସୂଚନା ଭରି ସବ୍‌ମିଟ କରନ୍ତୁ।

-ଆବଶ୍ୟକ ବିବରଣୀ ଏବଂ ଦସ୍ତାବିଜ୍‌ ଅପଲୋଡ୍‌ କରନ୍ତୁ।

-ଏବେ ସବ୍‌ମିଟ କରି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.