Below header

ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ବଲିଉଡ ଫିଲ୍ମରେ ଆସିବେ ନଜର

‘ପୁଷ୍ପା: ଦ ରାଇଜିଂ ଷ୍ଟାର’ ଫିଲ୍ମ ଯୋଗୁଁ କେବଳ ସାଉଥ ଫିଲ୍ମ ନୁହେଁ ବରଂ ସମଗ୍ର ଦୁନିଆରେ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍‌ ଫେଲୋଇଂ ବଢିଚାଲିଛି। ଏହି ଫିଲ୍ମର ଶ୍ରୀବଲ୍ଲୀ ଗୀତ ଆଜି ବି ଲୋକଙ୍କ ମନରେ ଘର କରିଛି। ସାଉଥର ଅନେକ ସୁପରଷ୍ଟାରଙ୍କୁ ହିନ୍ଦୀ ଫିଲ୍ମର ଅଫର ମିଳୁଛି। କିନ୍ତୁ କିଛି ବଲିଉଡରେ କାମ କରିବାକୁ ଇଚ୍ଛୁକ ନଥିବା ବେଳେ ଆଉ କେତେକ ଭଲ ସ୍କ୍ରିପ୍ଟକୁ ଅପେକ୍ଷା କରି ରହିଛନ୍ତି। ଏହା ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କୁ ହିନ୍ଦୀ ଫିଲ୍ମରେ ନଜର ଆସିବେ ବୋଲି ଫ୍ୟାନ୍ସଙ୍କୁ ସଂକେତ ଦେଇଛନ୍ତି।
ଏକ ସାକ୍ଷାତକାରରେ ଅଲ୍ଲୁ ଅର୍ଜୁନ କହିଛନ୍ତି, ହିନ୍ଦୀ ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ରହିଛି। ଅଲ୍ଲୁ ଅର୍ଜୁନ କହିଛନ୍ତି, ପୁଷ୍ପା ଫିଲ୍ମର ଲେଖକ- ନିର୍ଦ୍ଦେଶକ ସୁକୁମାର ଏହି ଫିଲ୍ମକୁ କେବଳ ତେଲୁଗୁ ଇଣ୍ଡଷ୍ଟ୍ରୀରେ ରଖିବାକୁ ଚାହୁଁଥିଲେ। ତେବେ ହିନ୍ଦୀ ଭାଷାକୁ ଭଲସେ କହିପାରୁନଥିବା ବେଳେ ବଲିଉଡ ଫିଲ୍ମରେ କାମ କରିବାକୁ ମନା କରିବି ନାହିଁ।

ନିକଟରେ ମହେଶ ବାବୁ ହିନ୍ଦୀ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। କିନ୍ତୁ ଅଲ୍ଲୁ ଅର୍ଜୁନଙ୍କୁ ହିନ୍ଦୀ ଫିଲ୍ମରେ କାମ କରିବାକୁ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି। ହିନ୍ଦୀ ଫିଲ୍ମରେ ଅଭିନୟ କରିବା ମୋ କମ୍ଫର୍ଟ ଜୋନ ବାହାରେ ରହିଛି, ହେଲେ ଆବଶ୍ୟକତା ପଡିଲେ ଏଥିରେ ଅଭିନୟ କରିପାରିବି।

ଅଲ୍ଲୁଙ୍କ ପାଖରେ ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ରହିଛି। ପୁଷ୍ପା ଫିଲ୍ମ ବକ୍ସ ଅଫିସରେ ରେକର୍ଡ କରିବା ପରେ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଅଲ୍ଲୁ ଅର୍ଜୁନଙ୍କୁ ଷ୍ଟାଇଲିସ ଷ୍ଟାର ଭାବେ ମଧ୍ୟ ପରିଚିତ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.