Below header

ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଏନଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ୍‌

କେନ୍ୟୁଜ୍(ବ୍ୟୁରୋ):ଜଗଦୀପ ଧନଖଡ଼ଙ୍କ ପ୍ରାର୍ଥୀପତ୍ର ଦାଖଲ। ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଏନଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ୍‌। ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍‌ଙ୍କ ପାଖରେ ଦାଖଲ କରିଛନ୍ତି ନାମାଙ୍କନପତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳ ଓ ଲୋକ ଜନଶକ୍ତି ପାର୍ଟିର ସାଂସଦ ମଧ୍ୟ ଉପସ୍ଥିତ ଥିଲେ।

 

ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ୨୦୧୯ରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ ଧନଖଡ୍‌। ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ବିଜୟ ପାଇଁ ୩୯୦ ଭୋଟ ଆବଶ୍ୟକ । ବର୍ତ୍ତମାନ ପାର୍ଲ୍ୟାମେଣ୍ଟର ସଦସ୍ୟ ସଂଖ୍ୟା ୭୮୦ ଥିବା ବେଳେ ବିଜେପି ସଦସ୍ୟ ସଂଖ୍ୟା ୩୯୪ ରହିଛି। ଅଗଷ୍ଟ ୧୦ରେ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଧନଖଡ଼ଙ୍କ ବିପକ୍ଷରେ ମିଳିତ ବିରୋଧୀଦଳ ପ୍ରାର୍ଥି ଅଛନ୍ତି ମାର୍ଗାରେଟ ଆଲ୍‌ଭା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.