ନିଖୋଜ ସୁବାଶିଷ ପୃଷ୍ଟିଙ୍କ ମୃତଦେହକୁ ଜବତ କଲା ଅସ୍ତରଙ୍ଗ ପୋଲିସ୍, ହୋଇପାରେ DNA ଟେଷ୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରୁ ନିଖୋଜ, ଅସ୍ତରଙ୍ଗରୁ ମୃତଦେହ ଠାବ। ନିଖୋଜ ସୁବାଶିଷ ପୃଷ୍ଟିଙ୍କ ମୃତଦେହକୁ ଜବତ କରିଛି ଅସ୍ତରଙ୍ଗ ପୋଲିସ। ଗତକାଲି ସୁବାଶିଷଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୋଲିସ। ଅସ୍ତରଙ୍ଗରୁ ମିଳିଥିବା ମୃତଦେହର ମୁହଁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦେହରେ ବିଭିନ୍ନ ଆଡେ କ୍ଷତ ଚିହ୍ନ ରହିଛି। ତାଙ୍କ ପୁଅକୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ବାପା।

ସେପଟେ ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି। ଆବଶ୍ୟକ ପଡିଲେ ମୃତଦେହର DNA ଟେଷ୍ଟ କରିପାରେ ପୋଲିସ। ଗତ ୨୬ ତାରିଖରେ ପୁଅ ସୁବାଶିଷ ପୃଷ୍ଟିକୁ ଶେଷ ଥର ପାଇଁ ଭୁବନେଶ୍ୱରରେ କାମ କରୁଥିବା କମ୍ପାନୀର ସିସିଟିଭି କ୍ୟାମେରା ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା।

ସୁବାଶିଷଙ୍କ ମୃତଦେହ ଅସ୍ତରଙ୍ଗ ଗଲା କେମିତି। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛନ୍ତି କି ? ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ସେପଟେ ସୁବାଶିଷଙ୍କ ରୁମ୍‌ମେଣ୍ଟ , ଅଫିସ କର୍ମଚାରୀଙ୍କୁ ପଚରାଉଚରା କରିବ ପୋଲିସ। ଆଜି ସୁବାଶିଷଙ୍କ ମୃତଦେହକୁ ପରିବାର ଲୋକକୁ ହସ୍ତାନ୍ତର କରିବ ଅସ୍ତରଙ୍ଗ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.