ଚିହ୍ନି ପାରୁଛନ୍ତି କି ? ଦୁଇ ବର୍ଷ ଆଠଗଡ଼ର ବିଧାୟକ ଥିଲେ ଏ ବ୍ୟକ୍ତି

କଟକ/ଆଠଗଡ଼ (କେନ୍ୟୁଜ୍‌) : ରାଜନୀତି କେତେବେଳେ କାହାର ଉତଥାନ ହୁଏ ତ ପୁଣି କାହାର ପତନ ହୁଏ । ଠିକ୍‌ ଜୁଆର ଭଟ୍ଟା ଭଳି ରାଜନୀତି ବି ଚାଲେ । ତେବେ ତା ଭିତରେ ବି ବେଳେ ବେଳେ ଏମିତି ଘଟଣା ଘଟେ ଯାହା ବେଶ୍‌ ଚର୍ଚ୍ଚା ସାଉଣ୍ଟିଥାଏ । କିଛି ବର୍ଷ ପୂର୍ବର କଥା ଯଦି ମନେ ପକାଇବା ତେବେ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଘଟଣା ମନେ ପଡ଼ିଯିବ ନିଶ୍ଚୟ । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ଚକରା ଓରଫ ରମେଶ ରାଉତଙ୍କୁ ନେଇ ଯେଉଁ ଝଡ଼ ଉଠିଥିଲା ତାହା ଥମିବାକୁ ବେଶ୍‌ କେଇଦିନ ନେଇଗଲା ।

ମାତ୍ର ୨ ବର୍ଷ ରହିଥିଲେ ବିଧାୟକ ପଦରେ ରହିଥିଲେ ରମେଶ। ଆଉ ରାଜନୀତିର ଚକ୍ରବ୍ୟୂହରେ ଫସି ଯାଇଥିଲେ । ସୁପ୍ରିମକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପରେ ଆଠଗଡ଼ରେ ପୁନଃ ନିର୍ବାଚିତ ହୋଇଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ତାପରେ ଆଠଗଡ଼ ମାଟିରୁ ଉଭାନ ହୋଇ ଯାଇଥିଲେ ରମେଶ ରାଉତ । ତେବେ ଆଜି ରାଧାଗୋବିନ୍ଦପୁର ବୁଥରେ ତାଙ୍କୁ ମତଦାନ କରୁଥିବାର ଦେଖିବାକୁ ମିଳିଲା । ତାଙ୍କର ଉଭାନ୍‌ ପଛର ରହସ୍ୟ କଥା ଆମେ ପଚାରିଲୁ । ସେ କହିଥିଲେ, ମୁଁ ଏବେବି ବିଜେଡି ଦଳରେ ଅଛି । ରାଜା ସ୍ୱାଇଁଙ୍କ ସହ ମୋର ଆଉ କିଛି ମନୋମାଳିନ୍ୟ ନାହିଁ । ମୋର ବାପାଙ୍କ ଦେହାନ୍ତ ବେଳେ ରାଜା ସ୍ୱାଇଁ ଆସିଥିଲେ । ଆଲୋଚନା ପରେ ଆମ ଭିତରେ ପୁଣି ଭଲ ସମ୍ପର୍କ ରହିଛି । ଏବେ ସେ ଭୁବନେଶ୍ୱରରେ ରହୁଛନ୍ତି ବୋଲି ରମେଶ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.