ଆଠଗଡ: ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର ଆହତ

ଆଠଗଡ(କେନ୍ୟୁଜ୍):  ହୋଲିରେ ଆଠଗଡ଼ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଏଥିରେ ୫ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଧୀରପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୋଲି ଖେଳ ବେଳେ ଭୀରୁଡ଼ା ପଞ୍ଚାୟତ ଅଫିସ ନିକଟରେ ମୁହାଁମୁହିଁ ହୋଇଥିଲେ ପଣସପାଟଣା ଷୁଣ୍ଢିସାହି ଓ ଭୀରୁଡ଼ା ଗାଁ ଲୋକ । ଉଭୟ ପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତିତ ସୃଷ୍ଟି ହୋଇଥିଲା । ଖଣ୍ଡାରେ ବି ଆକ୍ରମଣ ହୋଇଛି । ପଣସପାଟଣା ଗାଁ ଲୋକଙ୍କ ଆକ୍ରମଣରେ ଭୀରୁଡ଼ା ୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ତିଗିରିଆ ଥାନା ପୋଲିସ ।

 

Leave A Reply

Your email address will not be published.