Below header

ଭାରତରେ କରୋନା ସଂଖ୍ୟା ୫୦କୁ ବୃଦ୍ଧି: ପୁଣି ସାମ୍ନାକୁ ଆସିଲା ନୂଆ ରିପୋର୍ଟ

କରୋନା ଭାଇରସ ଏବେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ପୁଣିଥରେ କେରଳ ଓ କର୍ଣ୍ଣାଟକାରେ ୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୫୦ରେ ପହଞ୍ଚି ଯାଇଛି। ପୁଣେରେ ଦମ୍ପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଜଣ ଜାନୁଆରୀରେ ଦୁବାଇରୁ ପୁଣେ ଫେରିଥିଲେ । ଜାନୁଆରୀରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ଗତକାଲି ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ପୁଣେର ନାଇଡୁ ହସ୍ପିଟାଲରେ ଟେଷ୍ଟ କରାଯିବା ପରେ କରୋନା ପଜେଟିଭ୍ ବାହାରିଥିଲା । ଦୁଇ ଜଣଙ୍କୁ ଏବେ ନାଇଡୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

kk

କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ହେଁ ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କେରଳରେ ୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୂଚନା ଦେଇଛନ୍ତି। ଅର୍ଥାତ କେର ଳରେ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ତେବେ ଏମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି।
ସେହିପରି କର୍ଣ୍ଣାଟକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଞ୍ଚଳରେ ୩ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ନୂଆ କରୋନା ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ଏମାନଙ୍କ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମଧ୍ୟ ନୀରିକ୍ଷଣ କରାଯାଉଛି।

covid

ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୩୧ ଯାଏ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସିନେମା ହଲକୁ ମଧ୍ୟ କରିବାକୁ ନିର୍ଦ୍ଦେଶ ମିଳିଛି। ଏହାବାଦ ମାର୍ଚ୍ଚ ୩୧ ଯାଏ ସମସ୍ତ ପ୍ରକାରର ଟ୍ୟୁସନ, କୋଚିଂ କ୍ଲାସ, ପ୍ରବେଶିକା ପରୀକ୍ଷା ପାଇଁ ମିଳୁଥିବା କୋଚିଂ ସେଣ୍ଟର ଓ ସମସ୍ତ ପ୍ରକାରର ସ୍ପେଶାଲ କ୍ଲାସ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.