Below header

ଯାଜପୁର : ରାସ୍ତାରୋକ କରୁଥିଲେ ଛାତ୍ର ହେଲେ ତାଙ୍କୁ ଏମିତି ଆକ୍ରମଣ କଲା କିଏ ?

ଯାଜପୁର ଅଞ୍ଚଳରେ ଗତକାଲି ଠାରୁ ଏକ ଭିଡିଓ ଭାଇରଲ ହେଉଛି । କିଛି ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକ ମାଡ଼ ମାରୁଛି । ଏଥିରେ ଦୁଇ ତିନି ଜଣ ଛାତ୍ର ଆହତ ମଧ୍ୟ ହୋଇଛନ୍ତି । …ଆସନ୍ତୁ ଜାଣିବା ଘଟଣାଟି କଣ । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ନିକଟରେ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଆନ୍ଦୋଳନ କରିଥିଲେ । ଏଥିରେ ନବନିର୍ମାଣ ଛାତ୍ର ଓ ଯୁବକ ସଂଗଠନ ମଧ୍ୟ ସାମିଲ ଥିଲା । ସେମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ରାଜ୍ଯ ସରକାର ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରନ୍ତୁ ବୋଲି ସେମାନେ ଦାବି କରିଥିଲେ । ଏହାର ପ୍ରତିବାଦ କରି କିଛି ଯୁବକ ଆନ୍ଦୋଳନରତ ଛାତ୍ର ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଭିଡିଓରେ ଦେଖା ଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆନ୍ଦୋଳନ ଖବର ସଂଗ୍ରହ କରିବାକୁ ଆସିଥିବା ଗଣମାଧ୍ୟମ ଆଗରେ ସେମାନେ ଆକ୍ରମଣ ଜାରି ରଖିଥିଲେ । ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଆକ୍ରମଣକାରୀମାନଙ୍କ ବିରୋଧରେ ଛାତ୍ରମାନେ ଯାଜପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାକୁ ଗୁରୁତ୍ୱ ଦିଆଯାଇ ନଥିଲା । ଅନ୍ୟପଟେ କିଛି ଯୁବକ ପାଲଟା ଅଭିଯୋଗ ଆଣି ଛାତ୍ର ଛାତ୍ରୀମାନେ ଆମ୍ବୁଲାନ୍ସକୁ ରାସ୍ତା ନଦେବାରୁ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଓଲଟା ଆକ୍ରମଣର ଶିକାର ହେଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ତେବେ ପିଲାମାନେ ଏହି ଅଭିଯୋଗକୁ ଖଣ୍ଡନ କରି ସେମାନେ ଆମ୍ବୁଲାନ୍ସ ଓ ଯାନବାହନକୁ ରାସ୍ତା ଛାଡ଼ି ଦେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ୍‌ ଯଦି ଭିଡିଓକୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନନିଏ ତେବେ ଛାତ୍ର ଛାତ୍ରୀମାନେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.