ଦିଲ୍ଲୀର କୋଭିଡ ଲକଡାଉନ ଆଉ ସପ୍ତାହେ ବୃଦ୍ଧି , ଟ୍ବିଟ କରି ଜଣାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀର କୋଭିଡ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରିଛନ୍ତି କେଜ୍ରିୱାଲ ସରକାର। ସୋମବାର ସକାଳ ୫ ଟାରେ ଶେଷ ହେବାକୁ ଥିବା ଲକଡାଉନକୁ ଏକ ସପ୍ତାହ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଆଜି ସନ୍ଧ୍ୟାରେ ଟ୍ୱିଟ କରି ଜଣାଇଛନ୍ତି। ଏପ୍ରିଲ୍ ୧୯ ଠାରୁ ଦେଶର  ରାଜଧାନୀରେ ତାଲା ପଡିଛି। ଦେଶର  ରାଜଧାନୀରେ ଲକଡାଉନର ଏହା ହେଉଛି ଦ୍ୱିତୀୟ  ସଂପ୍ରସାରଣ ।

ଗତ ରବିବାର ଦିନ ପ୍ରଥମ ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ: “କରୋନାଭାଇରସ୍ ସହରରେ ଏବେ ବି ହଇଚଇ ସୃଷ୍ଟି କରିଛି। ଜନମତ କହିଛି ଲକଡାଉନ କରିବା ଉଚିତ। ତେଣୁ ଏହାକୁ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି’’ ବୋଲି କେଜ୍ରିୱାଲ ସରକାର କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.