Below header

ବାଲେଶ୍ୱର ପାଟପୁର ଗାଁରେ ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌କୁ ଟାର୍ଗେଟ , ଗଞ୍ଜେଇ ଜବତ କରି ଫେରିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱରରେ ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌କୁ ଆକ୍ରମଣ । ରୂପ୍ସା ଥାନା ପାଟପୁର ଗାଁରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ବାଲେଶ୍ୱର ଅବକାରୀ ବିଭାଗ ମଳିତ ଚଢଉ କରି ଗଞ୍ଜେଇ ବ୍ୟବସାୟୀ ମଣ୍ଟୁ ପ୍ରଧାନଙ୍କ ଘରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା । ତେବେ ଫେରୁଥିବା ବେଳେ କିଛି ଦୁବୃତ୍ତ ଅବକାରୀ ଗାଡିକୁ ଆକ୍ରମଣ କରିବା ସହ ଜବତ ଗଞ୍ଜେଇକୁ ଛଡେଇ ନେଇଥିଲେ । ଏହି ସମୟରେ ଗଞ୍ଜେଇ ବ୍ୟବସାୟୀ ମଣ୍ଟୁ ପ୍ରଧାନ ଫେରାର୍‌ ହୋଇଛି । ଏ ନେଇ ରୂପ୍ସା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.