Below header

ବାଲେଶ୍ୱର କଦଳିଗଡିଆ ଗାଁରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର(କେନ୍ୟୁଜ୍) : ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ । ଭୁଜାଲିରେ ଆକ୍ରମଣରେ ଯୁବକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କଦଳିଗଡିଆ ଗାଁରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ମୁକ୍ତିକାନ୍ତ ସ । ଗତକାଲି ବିଳମ୍ବିତ ରାତିରେ କୁପାରୀ ବଜାରରୁ ଘରକୁ ଫେରୁଥିବାବେଳେ ଗୁଆପାଳ ଛକ ନିକଟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ମୁକ୍ତିକାନ୍ତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୁକ୍ତିକାନ୍ତଙ୍କ କାନ ଛିଣ୍ଡିପଡିଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.