ବାରହା ଫାଶରେ ଫସିଲା ମଣିଷ , ଜଣେ ମହିଳା ମୃତ ଆଉ ଜଣେ ଗୁରୁତର

ନବରଙ୍ଗପୁର(କେନ୍ୟୁଜ୍) : ବାର୍‌ହା ଫାଶ ନେଲା ଜୀବନ । ଜଣେ ମହିଳା ମୃତ । ଜଣେ ଯୁବତୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ନାଗଜଡ଼ି ଗାଁରେ । ମୃତକଙ୍କ ନାଁ ଜଲିଲା ହରିଜନ । ଆହତଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମହୁଲ ଗୋଟାଇବା ପାଇଁ ନାଗଜଡ଼ି ୩ଜଣ ଓ ଝରିଗୁଡ଼ା ଗାଁର ଜଣେ ଜଙ୍ଗଲକୁ ଯାଇଥିଲେ । ଫେରିବା ବେଳେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଦୁଇ ଜଣ ଆସିଥିଲେ । ଗାଁ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଜଣଙ୍କର ଜୀବନ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.