ବିଜେପିର ଜୋତା କାଣ୍ଡ , ଉତ୍ତରପ୍ରଦେଶରେ ହାତାହାତି ହେଲେ ସାଂସଦ-ବିଧାୟକ

ଉତ୍ତରପ୍ରଦେଶ(କେନ୍ୟୁଜ୍) : ବିଜେପିର ଜୋତା କାଣ୍ଡ। ବୈଠକରେ ବିଧାୟକଙ୍କୁ ଜୋତାରେ ପିଟିଲେ ସାଂସଦ। ଏଭଳି ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର ସନ୍ଥକବୀରନଗର ଜିଲ୍ଲାରେ। ହାତାହାତି ହୋଇଥିଲେ ସାଂସଦ-ବିଧାୟକ। ଜୋତାରେ ଆକ୍ରମଣ କରିଥିବା ବ୍ୟକ୍ତି ହେଉଛନ୍ତି ସନ୍ଥକବୀରନଗର ବିଜେପି ସାଂସଦ ଶରଦ ତ୍ରିପାଠୀ। ମେହଦାବଳ ବିଜେପି ବିଧାୟକ ରାକେଶ ସିଂହଙ୍କୁ ସେ ସମସ୍ତଙ୍କ ଆଗରେ ପ୍ରଥମେ ଜୋତାରେ ପିଟିଥିଲେ। କାରଣ ହେଲା, ପ୍ରକଳ୍ପ ଶିଳାନ୍ୟାସ ଫଳକରେ ନଥିଲା ସାଂସଦଙ୍କ ନାଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବସିଥିବା ବୈଠକରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଶରଦ ତ୍ରିପାଠୀ। ବିଧାୟକ ରାକେଶ ସିଂହଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ଏତିକିରେ ରାଗି ଯାଇଥିଲେ ସାଂସଦ। ଜୋତା ଉଠାଇ ବିଧାୟକଙ୍କୁ ପିଟିଥିଲେ। ସେହିପରି ବିଧାୟକ ବି ପାଲଟା ଆକ୍ରମଣ କରିଥିଲେ। ପୋଲିସ ଉଭୟଙ୍କୁ ଅଟକାଇଥିଲା। ଏହି ଘଟଣା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଚର୍ଚ୍ଚା ହେଉଛି, ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଘଟଣା ବିଜେପିର ମୋ ବୁଟ୍‌ ସବୁଠୁ ମଜଭୁତ କଥା କହୁଛି।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.