Below header

କେନ୍ଦ୍ରାପଡ଼ା : ଗାଧୋଇବା ସମୟରେ ପାଣି ଭିତରକୁ ଟାଣିନେଲା କୁମ୍ଭୀର , ଅଳ୍ପକେ ବର୍ତ୍ତିଲେ ଯୁବକ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ। ଗାଧୋଇବା ସମୟରେ ପାଣି ଭିତରକୁ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ଏହି ଅଘଟଣ ଘଟିଥିଲା। ଆକ୍ରମଣର ଶୀକାର ହୋଇଥିବା ଯୁବକ ଜଣକ ଭାଗବତ ରାଉତ।

kumbhira ଆଜି ସକାଳେ ସେ ଗାଧୋଉଥିବାବେଳେ କୁମ୍ଭାର ତାଙ୍କ ବାମ ହାତକୁ କାମୁଡି ପାଣି ଭିତରକୁ ଟାଣି ନେଇଥିଲା। ଏହି ସମୟରେ ପାଖରେ ଥିବା ବାବୁରାମ ମଳିକ ନାମକ ଜଣେ ଯୁବକ କୁମ୍ଭୀରକୁ ବାଡେଇ ଭାଗବତଙ୍କୁ ରକ୍ଷା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.