ଡ୍ୟୁଟି କରୁଥିବା ବେଳେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ

ସମ୍ବଲପୁର(କେନ୍ୟୁଜ୍) : ସମ୍ବଲପୁର ମାନେଶ୍ୱର ଛକଠାରେ ଡ୍ୟୁଟି କରୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ଳଲିତ ନାୟକଙ୍କୁ ଆକ୍ରମଣ ହୋଇଛି । ମାନେଶ୍ୱର ଛକରେ ଦୁଇ ଜଣ ଯୁବକ ଆସି ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ଲଳିତଙ୍କ ମୁଣ୍ଡ ଫାଟିଯାଇଥିଲା। ପ୍ରଥମେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଆକ୍ରମଣର କାରଣ ଜଣାପଡିନାହିଁ।

Leave A Reply

Your email address will not be published.