ଭିଜିଲାନ୍ସ ଜାଲରେ ଭଣ୍ଡାରୀପୋଖରୀ ଥାନାଧିକାରୀ

ଭଣ୍ଡାରୀପୋଖରୀ(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଭଣ୍ଡାରୀପୋଖରୀ ଥାନାଧିକାରୀ । ଭଣ୍ଡାରୀପୋଖରୀ ଥାନା ଆଇଆଇସି ଅମିତ ବିଶ୍ୱାଳ ୭୦ ହଜାର ଟଙ୍କା ନେଇ ନିଜ ଗାଁ ଜଳେଶ୍ୱରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶେରଗଡ଼ ଟୋଲଗେଟ ଠାରେ ବାଲେଶ୍ୱର ଭିଜିଲାନ୍ସ ସରପ୍ରାଇଜ ଚେକିଂ କରୁଥିବା ବେଳେ ଅମିତଙ୍କ କାରରୁ ଟଙ୍କା ମିଳିଥିଲା।

1098ଗତକାଲି ଶେରଗଡ଼ ଟୋଲଗେଟରେ ଭିଜିଲାନ୍ସ ଡିଏସପି ସରପ୍ରାଇଜ ଚେକିଂ କରିଥିଲେ। ତେବେ ଏତେ ଟଙ୍କା ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚୁରା କରିଛି। ସେପଟେ ତାଙ୍କର ମୟୁରଭଞ୍ଜ ସ୍ଥିତ ବ୍ରାହ୍ମଣ ଶାସନ ଓ ବାଙ୍ଗିରିପୋଡି ଶ୍ୱଶୂର ଘରେ ଭିଜିଲାନ୍ସର ଦୁଇଟି ଟିମ ଚଢାଉ କରିଛି ।

Leave A Reply

Your email address will not be published.