ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ: ଓଆଇସିଙ୍କ ସମେତ ୪ ଜଣ କର୍ମଚାରୀ ଆହତ, ଗାଡ଼ି ଚୁରମାର୍

ଗଜପତି: ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ । ଗତକାଲି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଖର୍ସଣ୍ଡା ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଓଆଇସି ମମତା ପଣ୍ଡାଙ୍କ ସମେତ ୪ ଜଣ କର୍ମଚାରୀ ଆକ୍ରମଣର ଶୀକାର ହୋଇଛନ୍ତି । ଆହତ ପୋଲିସ ମାନେ ହେଲେ ଓଆଇସି ମମତା ପଣ୍ଡା, ଡ୍ରାଇଭର ଜାତ୍ରାକର କିଷାନ, ହୋମଗାର୍ଡ ଚିନ୍ମୟ ସାମଲ ଏବଂ ଓଆଇପିଏଫ ଜବାନ ହେମନ୍ତ କୁମାର ପ୍ରଧାନ ।

ଏଥିସହ ପୋଲିସ ଗାଡ଼ିକୁ ବି ଜୁଆଡ଼ି ଭାଙ୍ଗିଛନ୍ତି । ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତିଙ୍କ ନେତୃତ୍ୱରେ ଟିମ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଛନ୍ତି । ଆହତ ପୋଲିସ କର୍ମଚାରୀଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.