ସାରା ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପରେଡରେ କେବଳ ସାମିଲ ହେବେ ପୋଲିସ୍ ଦଳ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କଲା ଗୃହ ବିଭାଗ
ଭୁବନେଶ୍ବର: ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପରେଡରେ କେବଳ ପୋଲିସ ଦଳ ହିଁ ସାମିଲ ହେବ। ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ ଭାଗ ନେବେ ନାହିଁ। କୋଭିଡ୍କୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଉତ୍ସବରେ ମୁଖ୍ୟ ଅତିଥିମାନେ ସକାଳ ଆଠଟା ତିରିଶ ପରେ ପତ୍ତକା ଉତ୍ତୋଳନ କରିବେ।
କେବଳ ଅଳ୍ପ କିଛି ନିମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ସାଧାରଣତନ୍ତ୍ର ଦିବସ। ସାଧାରଣ ଜନତା ଉତ୍ସବରେ ଭାଗ ନେବେ ନାହିଁ। ଏ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛି ଗୃହ ବିଭାଗ।