Below header

କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମ୍‌କୁ ଆକ୍ରମଣ ଉଦ୍ୟମ, ଟିମ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକାଇଲେ ଯୁବକ

କେନ୍ଦ୍ରାପଡ଼ା: କରୋନା ସ୍ୱାବ ଟେଷ୍ଟ ସଂଗ୍ରହ ଟିମ୍‌କୁ ଆକ୍ରମଣ ଉଦ୍ୟମ। ଟିମ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକାଇଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଘଟିଛି ଏଭଳି ଘଟଣା। ପାତ୍ରପୁର ଗାଁରେ ମେଗା କ୍ୟାମ୍ପରେ ସ୍ୱାପ ସଂଗ୍ରହ ଚାଲିଥିବା ବେଳେ ଗାାଁର କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ। ବିଶ୍ୱରଞ୍ଜନ ନାମକ ଯୁବକ ବନ୍ଧୁକ ଦେଖାଇ ଧମକାଇଥିଲା।

ଖବର ପାଇ ଆଳି ବିଡିଓ ଘଟଣାସ୍ଥଳରେ ସେମାନଙ୍କୁ ଉଦ୍ଧାର କରିଥିଲେ। ଟିମ୍‌ର ୪ଜଣ ସଦସ୍ୟଙ୍କ ମଧ୍ୟରେ ୩ଜଣ ଯୁବତୀ ଓ ଜଣେ ଯୁବକ ରହିଛନ୍ତି। ଏମାନେ ଆଳି ଥାନାରେ ଏତଲା ଦେଇଛନ୍ତି। ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.