Below header

କୋଭିଡ ଗାଇଡଲାଇନ ନ ମାନିବାରୁ ଭୋଜି ସିଜ କଲା ପ୍ରଶାସନ, ରନ୍ଧା ଖାଦ୍ୟ ଜବତ

ଭୁବନେଶ୍ୱର (କେନ୍ୟୁଜ) : କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗାଁ ଠୁ ସହର ଏବେ ସବୁଠାରେ କରୋନାର ଭୟ । ତେବେ କରୋନା ଠାରୁ ଦୂରୋଇ ରହିବା ପାଇଁ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ନିଜର ଉଦ୍ୟମ ଜାରି ରଖିଥିବାବେଳେ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବିପରୀତ ।

ସୂଚନା ଅନୁଯାୟୀ ପିପିଲି ବ୍ଳକ କଂଟି ପଂଚାୟତର ନୀଜିଗଡ଼କୁରଖି ଗ୍ରାମରେ ଗଣେଶ ପାତ୍ର ନାମକ ଜଣେ ବ୍ୟକ୍ତି ଏକ ବିବାହ ଭୋଜିର ଆୟୋଜନ କରିଥିଲେ । ତେବେ ଏଠାରେ କୋଭିଡ଼ ଗାଈଡ଼ ଲାଇନକୁ ଖୋଲା ଖୋଲି ଉଲଙ୍ଘନ କରି୍‌ଥିବା ଜଣା ପଡ଼ିବା ପରେ ଭୋଜିକୁ ସିଜ କରି ପିପିଲି ତହସିଲକୁ ଅଣା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.