Below header

ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ପ୍ରଥମ ଥର ପାଇଁ ପୋଷ୍ଟ କଲେ ଅଙ୍କିତା ଲୋଖଣ୍ଡେ, କହିଲେ- ‘ଭଗବାନ…’

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ଆଜି ମାସେ ପୂରିଛି। ୧୪ ଜୁନ୍‌ ଆଜିର ଦିନରେ ବାନ୍ଦ୍ରାସ୍ଥିତ ନିଜ ଘରେ ସେ ଆତ୍ମହତ୍ୟା କରିଥିଲେ। ଆଜି ସୁଶାନ୍ତଙ୍କ ମାସିକିଆ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ନିଜକୁ ସମ୍ଭାଳିବାକୁ ବହୁ ଚେଷ୍ଟା କରୁଛନ୍ତି। ଗତ ମାସେ ହେବ ସେ ସୋସିଆଲ ମିଡିଆରେ ଆଦୌ ଆକ୍ଟିଭ୍‌ ହୋଇନାହାନ୍ତି। ଆଜି ମାସେ ପରେ ସେ ଇମୋସନାଲ ଥିବା ଦେଖାଯାଇଛି।

 

View this post on Instagram

 

CHILD Of GOD 😇

A post shared by Ankita Lokhande (@lokhandeankita) on

ସୁଶାନ୍ତ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଦୀପର ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ସେୟାର କରି ଅଙ୍କିତା କ୍ୟାପ୍‌ସନରେ ଲେଖିଛନ୍ତି ‘ଭଗବାନଙ୍କ ଛୁଆ’। ସୁଶାନ୍ତଙ୍କୁ ନେଇ ଅଙ୍କିତାଙ୍କ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ଏଥିରେ ନିଜ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।

Sushant Singh Rajput's father talks about Ankita Lokhande visiting ...

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତ ଟିଭି ସିରିୟଲ ‘କିସ୍‌ ଦେଶ ମେ ହେ ମେରା ଦିଲ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘ପବିତ୍ର ରିସ୍ତା’ ସିରିୟଲରେ ଲିଡ୍‌ ରୋଲରେ ନଜର ଆସିଥିଲେ। ଏହି ସିରିୟଲରେ ତାଙ୍କ ବିପକ୍ଷରେ ଅଙ୍କିତା ଲୋଖଣ୍ଡେ ଅଭିନୟ କରିଥିଲେ। ପବିତ୍ର ରିସ୍ତା ସିରିୟଲରୁ ସୁଶାନ୍ତ ଓ ଅଙ୍କିତାଙ୍କ ପ୍ରେମ ଆରମ୍ଭ ହୋଇଥିଲା। ସେମାନେ ପ୍ରାୟ ୬ ବର୍ଷ ରିଲେସନ୍‌ସିପ୍‌ରେ ଥିଲେ। ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.