Below header

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ରୋଗୀଙ୍କୁ ଷ୍ଟ୍ରେଚରରେ ଶୁଆଇ ସଂପର୍କୀୟ ଛୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମେଡିକାଲର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୁଲିଲେ ସମ୍ପର୍କୀୟ । ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଷ୍ଟ୍ରେଚରରେ ଜଣେ ଗୁରୁତର ରୋଗୀଙ୍କୁ ଶୁଆଇ ତାଙ୍କ ସମ୍ପର୍କୀୟ ଛୁ ମାରିଥିଲେ । ଏହାପରେ ସୂଚନା ପାଇ ମେଡିକାଲର ସିକ୍ୟୁରିଟି ଯାଇ ସେମାନଙ୍କୁ ଫେରାଇ ଆଣିଛନ୍ତି ।

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁର ଜଣେ ମହିଳାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ ସମ୍ପର୍କୀୟ । ହଠାତ ରୋଗୀ ଜଣଙ୍କୁ ମେଡିକାଲ ଷ୍ଟ୍ରେଚରରେ ଧରି ସେମାନେ ବାହାରକୁ ପଳାଇଥିଲେ । ମହିଳା ଜଣଙ୍କୁ ଭୂତ ଲାଗିଛି ଓ ତାଙ୍କୁ ବାବାଙ୍କ ପାଖରେ ଝଡାଫୁଙ୍କା କରାଇବା ପାଇଁ ଯାଇଥିଲେ ବୋଲି କହିଛନ୍ତି ସମ୍ପର୍କୀୟ ପ୍ରକାଶ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.