ସୋସିଆଲ ମିଡିଆରେ ଛାଇଗଲା ‘Avengers: Endgame’ର ଦେଶୀ ଭର୍ସନ, ଗାଁ ବ୍ୟାକଗ୍ରାଉଣ୍ଡରେ ଯୁବଗୋଷ୍ଠୀଙ୍କ କ୍ରିଏଟିଭିଟିକୁ ଲୋକେ କଲେ ପ୍ରଶଂସା

ମାର୍ଭଲ ଷ୍ଟୁଡିଓ ‘Avengers: Endgame’ ସହିତ ଏକ ଯୁଗର ଅବସାନ ଘଟିଲା ବୋଲି ଘୋଷଣା କରିଥିଲା। କିନ୍ତୁ ଏବେ ବି ସାରା ବିଶ୍ୱର ଫ୍ୟାନମାନଙ୍କ ମଧ୍ୟରେ ଏହି ଫିଲ୍ମର ଲୋକପ୍ରିୟତା ବଜାୟ ରହିଛି। ବିଶ୍ୱର ଏ ପର୍ଯ୍ୟନ୍ତ ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରେ ‘Avengers: Endgame’ ଅନ୍ୟତମ। ଏହାର ସବୁଠୁ ପସନ୍ଦର ସିନ ଥିଲା ଫିଲ୍ମର କ୍ଲାଇମାକ୍ସ, ଏଠାରେ ସମସ୍ତ ସୁପରହିରୋ ଏକ ସାଥୀରେ ଦେଖିବାକୁ ମିଳିଥିଲେ।

kkn

ଏବେ ଏହି ସିନର ଏକ ଦେଶୀ ଭର୍ସନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଏକ ଯୁବଗୋଷ୍ଠୀ ‘Avengers: Endgame’ ସିନକୁ ରିକ୍ରିଏଟ କରିଛନ୍ତି। ଏହି ରିକ୍ରିଏସନରେ ଗାଁ ବ୍ୟାକଗ୍ରାଉଣ୍ଡରେ ଫିଲ୍ମର ଫେମସ ସିନକୁ ପୁଣିଥରେ କ୍ରିଏଟ କରାଯାଇଛି। ଏଥିରେ ଯୁବକମାନେ ଅଲଗା ଅଲଗା ଆଭେଞ୍ଜର୍ସ ଚରିତ୍ରରେ ଦେଖିବାକୁ ମିଳୁଛନ୍ତି।

ସୁପରହିରୋମାନଙ୍କ ହତିଆରକୁ ଦେଖାଇବା ପାଇଁ ଦେଶୀ ପ୍ରପ୍ସ ବ୍ୟବହାର କରାଯାଇଛି। ସୋସିଆଲ ମିଡିଆରେ ଲୋକେ ଏହି ଦେଶୀ ଯୋଗାଡ଼କୁ ଖୁବ ପସନ୍ଦ କରୁଛନ୍ତି। ସିନକୁ ସୁଟ କରିବା ପାଇଁ ସବୁ ଯୁବକ ଏକ ପୋଖରୀକୁ କୁଦି ପୁଣିଥରେ ବାହାରକୁ ଆସୁଛନ୍ତି। ଭିଡ଼ିଓଟିକୁ ଲୋକେ ଅନେକ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.