ସଚେତନ ନକରି ଫାଇନ କଟିବା ନୀତିକୁ ଉଚ୍ଛେଦ କରିବାକୁ ଦାବି, ଆନ୍ଦୋଳନର ଚେତାବନୀ ଦେଲା ଅଟୋ-ଟ୍ୟାକ୍ସି-ଟ୍ରକ-ବସ ମିଳିତ ସଂଘ

ସରକାରଙ୍କୁ ଚେତାବନୀ ଦେଲା ଅଟୋ-ଟ୍ୟାକ୍ସି-ଟ୍ରକ-ବସ ମିଳିତ ସଂଘ । ସରକାର ଟ୍ରାଫିକ ନିୟମ ଉଲଙ୍ଘନ ପାଇଁ ନେଉଥିବା ଫାଇନ ବାବଦରେ ଚିନ୍ତା କରିବାକୁ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ କହିଛି। ଆଇନ ଲାଗୁ କରିବା ପୂର୍ବରୁ ସଚେତନତା କରାଇବାର ଆବଶ୍ୟକତା ଥିଲା । କିନ୍ତୁ ସରକାର ତାହା କରିନାହାନ୍ତି । ଏହି ନୀତିକୁ ତୁରନ୍ତ ଉଚ୍ଛେଦ କରନ୍ତୁ । ସରକାର ଏନେଇ ଧ୍ୟାନ ନଦେଲେ ଆଗକୁ ରାଜ୍ୟସ୍ତରୀୟ ଆନ୍ଦୋଳନ ହେବ ବୋଲି ସଂଘ କହିଛି।