ଜଙ୍ଗଲରେ ରଣବୀର-ଆଲିଆ, ଜାଣନ୍ତୁ ସେଠାରେ ଉଭୟେ କରୁଛନ୍ତି କ’ଣ?
ବାହାଘର ପୂର୍ବରୁ ହିଁ ରଣବୀର ଓ ଆଲିଆଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏବେ ଦୁହିଁଙ୍କୁ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳୁଛି। ଏକାଠି କିଛି ସମୟ ବିତାଇବା ପାଇଁ ଏହି ଲଭବାର୍ଡ କେନିଆ ଭ୍ରମଣରେ ଯାଇଛନ୍ତି। କେନିଆରୁ ଉଭୟଙ୍କ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦୁହେଁ ଜଙ୍ଗଲ ସଫାରୀରେ ବୁଲୁଥିବା ଦେଖିବାକୁ ମିଳୁଛି। ଏକାଠି ଦୁହେଁ ବହୁତ କ୍ୟୁଟ୍ ଲାଗୁଛନ୍ତି।
କେନିଆ ଭ୍ରମଣ କରୁଥିବା ବେଳେ ଆଲିଆ ଏକ ଫଟୋ ଇନ୍ଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ ସେ ଉଦିତ ସୂର୍ଯ୍ୟଙ୍କୁ ଦେଖୁଛନ୍ତି। ଫଟୋ କ୍ୟାପସନ୍ରେ ସେ ଲେଖିଛନ୍ତି ‘ସକାଳ ଏଠାରେ, ଆଜିର ଦିନଟି ନୂଆ,ଏହା ସେଇ ଜାଗା ଯେଉଁଠାରୁ ପ୍ରକାଶ ଆସେ।’
ଏହାସହ ପଢ଼ନ୍ତୁ: ବୋଲ୍ଡ ଡ୍ରେସ୍ ପାଇଁ ଟ୍ରୋଲ୍ ହେଲେ ରାକ୍ଷୀ, ପୁଣି ନିଜ ଅନ୍ଦାଜ୍ରେ ସେୟାର କଲେ ଭିଡ଼ିଓ
ଏଥିସହ ଆଲିଆ-ରଣବୀର କପୁରଙ୍କ ସହ କାର୍ରେ କ୍ୟାମେରା ଧରି ବସିଥିବା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।
ଛୁଟିରେ ଯିବା ପୂର୍ବରୁ ରଣବୀର ଓ ଆଲିଆଙ୍କୁ ଅମ୍ବାନୀ ପରିବାର ତରଫରୁ ଆୟୋଜିତ ଗଣେଶ ଉତ୍ସବରେ ଦେଖିବାକୁ ମିଳିଥିଲା। ଉତ୍ସବରେ ଉଭୟେ ଟ୍ରାଡିସ୍ନାଲ ଗେଟ୍ଅପ୍ରେ ଥିଲେ। ଆଲିଆ ଫ୍ଲୋରାଲ ପ୍ରିଣ୍ଟେଡ ଶାଢ଼ି ପିନ୍ଧିଥିବା ବେଳେ ରଣବୀର ଗ୍ରେ କଲରର କୁର୍ତ୍ତା ପିନ୍ଧିଥିଲେ।
ସେହିପରି ଆଲିଆ ଓ ରଣବୀରଙ୍କର ଏକ ବିବାହ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ଆଲିଆ ଓ ରଣବୀର ପରସ୍ପରକୁ ବରମାଳା ପିନ୍ଧାଉଥିଲେ। ତେବେ ଏହା ସତ ବିବାହ ନଥିଲା। ଏକ ଫଟୋସୁଟ୍ ପାଇଁ ଉଭୟେ ଏମିତି ପୋଜ୍ ହେଉଥିବା ଜଣାପଡ଼ିଥିଲା।