ମହାଭାରତର ସେହି ୧୧ ରୋଚକମୟ କାହାଣୀ, ଯାହା ଆପଣ କେବେ ଶୁଣି ନଥିବେ

ଆପଣ ନିଶ୍ଚିତ ରୂପେ ‘ମହାଭାରତ’ ସମ୍ବନ୍ଧୀୟ ବହୁ କାହାଣୀ ଆଗରୁ ଶୁଣିଥିବେ। କିନ୍ତୁ ଏମିତି ବି କିଛି କାହାଣୀ ଅଛି ଯାହା ବିଷୟରେ ଆପଣ ହୁଏତ ଜାଣି ନଥାଇପାରନ୍ତି । ଜାଣନ୍ତୁ ହିନ୍ଦୁ ଧର୍ମର ଏହି ମହାନ ଗ୍ରନ୍ଥ ‘ମହାଭାରତ’ର ୧୧ଟି ରହସ୍ୟମୟ କାହାଣୀ ସମ୍ବନ୍ଧରେ ଯାହାକୁ କି ସାଧାରଣ ଭାବେ ଆପଣ କେବେ ଶୁଣିନଥିବେ:
୧. ମହାଭାରତ ଯୁଦ୍ଧ ଚାଲିଥିବା ସମୟରେ ହିଁ ଦୁର୍ଯ୍ୟଧନ ଦିନେ ଭୀଷ୍ମ ପିତାମହଙ୍କ ପାଖକୁ ଯାଇଥିଲେ। ତାଙ୍କ ସାମ୍ନାରେ ଅଭିଯୋଗ କରିଥିଲେ କି ସେ ପୂର୍ଣ୍ଣ ରୂପେ ଧ୍ୟାନ ଦେଇ ଯୁଦ୍ଧ କରୁନାହାନ୍ତି।ଏହା ଶୁଣି ଗଙ୍ଗାପୁତ୍ର ଭୀଷ୍ମ ଅତିମାତ୍ରାରେ ରାଗି ଯାଇଥିଲେ। ସେ ସେହିସମୟରେ ୫ଟି ସୁନାରେ ନିର୍ମିତ ତୀର ଆଣି ତାହାକୁ ମନ୍ତ୍ରାଇଥିଲେ। ପରେ ସେ ସେହି ୫ଟି ତୀରକୁ ଦୁର୍ଯ୍ୟଧନଙ୍କୁ ଦେଇ କହିଥିଲେ କି ପରଦିନ ସେ ସେଥିରେ ପାଞ୍ଚ ପାଣ୍ଡବଙ୍କର ବିନାଶ କରିବେ। କିନ୍ତୁ ଦୁର୍ଯ୍ୟଧନଙ୍କର ପିତାମହଙ୍କ କଥାରେ ଏତେଟା ବିଶ୍ୱାସ ହୋଇନଥିଲା ।ତଥାପି ସେ ସେଗୁଡିକୁ ନେଇ ଯାଇଥିଲେ ଓ ପରଦିନ ସକାଳେ ଫେରେଇବେ ବୋଲି କହିଥିଲେ । କିନ୍ତୁ ସେପଟେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପୂର୍ବର ଏକ ନିୟମ ଅନୁଯାୟୀ ଦୁର୍ଯ୍ୟଧନଙ୍କଠୁ ସେହି ୫ଟି ଯାକ ତୀରକୁ ମାଗି ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀକୃଷ୍ଣଙ୍କ କଥା ମୁତାବକ ପରଦିନ ସକାଳେ ହିଁ ଅର୍ଜୁନ ସେହି ତୀର ଗୁଡିକୁ ଦୂର୍ଯ୍ୟଧନଙ୍କଠୁ ନେଇ ଆସିଥିଲେ ।
୨.କୌରବ ଓ ପାଣ୍ଡବଙ୍କ ଗୁରୁ ଦ୍ରୋଣାଚାର୍ୟଙ୍କୁ ଭାରତର ପ୍ରଥମ ଟେଷ୍ଟଟ୍ୟୁବ ବେବି ବୋଲି କୁହାଯାଇପାରିବ । ଦ୍ରୋଣାଚାର୍ୟଙ୍କ ପିତା ମହର୍ଷି ଭରଦ୍ୱାଜ ଦିନେ ଗଙ୍ଗା ନଦୀରେ ସ୍ନାନ କରୁଥିଲେ । ସେହିସମୟରେ ହିଁ ଏକ ଅପସରାକୁ ଗାଧୁଉଥିବା ଅବସ୍ଥାରେ ଦେଖିଥିଲେ । ସେହି ସମୟରେ ତାଙ୍କ ଶରୀରରୁ ଏକ ଶୂକ୍ରାଣୁ ନିର୍ଗତ ହେବାରୁ ମହର୍ଷି ତାକୁ ଏକ ମାଟି ଜାଗାରେ ରଖି ଦେଇଥିଲେ।ଏଇଥିରୁ ହିଁ ଦ୍ରୋଣାଚାର୍ୟଙ୍କର ଜନ୍ମ ହୋଇଥିଲା।

ଏହା ସହ ପଢନ୍ତୁ:ବିଶ୍ୱାସ ନ ହେଲେ ବି ସତ: ଅନ୍ଧାର ରାତିରେ ଦେବୀ ମା’ଙ୍କ ମନ୍ଦିରରୁ ଶୁଭେ ହସିବା ଶବ୍ଦ, କଥା ହୁଅନ୍ତି ମୂର୍ତ୍ତି, କେହି ବି ଜାଣିପାରିନାହାନ୍ତି ରହସ୍ୟ

୩. ଯେତେବେଳେ ପାଣ୍ଡବଙ୍କ ବାପା ପଂଡୁ ମୃତ୍ୟୁର ଅତି ନିକଟରେ ଥିଲେ।ସେହି ସମୟରେ ସେ ନିଜ ପୁତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଅଧିକ ବୁଦ୍ଧିମାନ ଓ ଜ୍ଞାନ ହାସଲ କରିବା ପାଇଁ ସେ ନିଜ ପିତାଙ୍କ ମସ୍ତିସ୍କକୁ ଖାଇଦିଅନ୍ତୁ।
କିନ୍ତୁ ପିତାଙ୍କର ଏହି ପରାମର୍ଶ କୁ କେବଳ ସବୁଠୁ ସାନ ପୁତ୍ର ସହଦେବ ହିଁ ପାଳନ କରିଥିଲେ ଓ ସେ ଏହାକୁ ଖାଇଦେଇଥିଲେ।ସେ ଯେତେ ବେଳେ ପ୍ରଥମ ଅଂଶ ଖାଇଲେ ତାଙ୍କୁ ଅତୀତ, ମଝି ଅଂଶ ଯେତେବେଳେ ଖାଇଲେ ତାଙ୍କୁ ବର୍ତମାନ ଓ ଶେଷ ଅଂଶ ଯେତେବେଳେ ଖାଇଲେ ତାଙ୍କୁ ଭବିଷ୍ୟତର ଘଟଣା ବଳି ଦେଖାଦେଇଥିଲା ।
୪. ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ବଳରାମଙ୍କ ଝିଅ ବତ୍ସଳାଙ୍କୁ ପ୍ରେମ କରୁଥିଲେ । କିନ୍ତୁ ବଳରାମଙ୍କ ଇଚ୍ଛା ଥିଲା କି ତାଙ୍କ ଝିଅ ଦୁର୍ଯ୍ୟଧନଙ୍କ ପୁତ୍ର ଲକ୍ଷ୍ମଣଙ୍କୁ ବିବାହ କରୁ। କିନ୍ତୁ ଅଭିମନ୍ୟୁ ଘଟତକୋଚଙ୍କୁ ଲକ୍ଷ୍ମଣଙ୍କୁ ଡ଼ରାଇବା ପାଇଁ ପଠାଇଥିଲେ। ଲକ୍ଷ୍ମଣ ଘଟତକୋଚଙ୍କୁ ଦେଖି ଏତେ ମାତ୍ରାରେ ଡରିଯାଇଥିଲେ ଯେ ଭବିଷ୍ୟତରେ ଆଉ କେବେ ବିବାହ କରିବେ ନାହିଁ ବୋଲି ସଂକଳ୍ପ ନେଇଥିଲେ। ପରେ ଅଭିମନ୍ୟୁ, ବତ୍ସଳାଙ୍କୁ ହିଁ ବିବାହ କରିଥିଲେ ।
୫.ଅର୍ଜୁନଙ୍କ ପୁତ୍ର ଇରାବତ ନିଜ ପିତାଙ୍କ ପାଇଁ ନିଜର ବଳି ଦେଇଥିଲେ । କିନ୍ତୁ ନିଜ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ମାତ୍ର ଇଚ୍ଛା ଥିଲା କି ସେ ଯେମିତି ହେଲେବି ବିବାହ କରିବେ। କିନ୍ତୁ ଏହି ଅଳ୍ପ ସମୟ ପାଇଁ କୌଣସି ଝିଅ ବାହା ହେବାକୁ ରାଜି ନଥିଲେ। ତେଣୁ ଭଗବାନ ଶ୍ରୀକୃଷ୍ଣ ମୋହିନୀ ରୂପ ଧାରଣ କରି ଇରାବତଙ୍କୁ ବିବାହ କରିଥିଲେ। ଖାଲି ବିବାହ କରିନଥିଲେ ତାଙ୍କୁ ବିଦାୟ ଦେବା ବେଳେ ଏକ ସ୍ତ୍ରୀ ଭଳି ମଧ୍ୟ କାନ୍ଦିଥିଲେ।
୬.ସହଦେବ ନିଜ ପିତାଙ୍କ ମସ୍ତିସ୍କକୁ ଖାଇ ବହୁ ବୁଦ୍ଧିମାନ ହେଵାସହ ଭବିଷ୍ୟତକୁ ମଧ୍ୟ ଜାଣିପାରୁଥିଲେ। ତେଣୁ ମହାଭାରତ ଯୁଦ୍ଧ ଆରମ୍ଭର ଠିକ ପୂର୍ବରୁ ଦୁର୍ଯ୍ୟଧନ ସହଦେବଙ୍କ ପାଖକୁ ଯାଇ ଯୁଦ୍ଧ ଆରମ୍ଭର ଶୁଭ ମୁହୂର୍ତ୍ତ ସମ୍ପର୍କରେ ପଚାରିଥିଲେ। ଏହା ଜାଣି ବି ଦୂର୍ଯ୍ୟଧନ ତାଙ୍କର ପ୍ରମୁଖ ଶତ୍ରୁ।ସହଦେବ ତାଙ୍କୁ ଶୁଭ ମୁହୂର୍ତ୍ତ ସମ୍ପର୍କରେ ଜଣାଇ ଦେଇଥିଲେ।ତାଙ୍କରି ପରାମର୍ଶରେ ହିଁ ମହାଭାରତ ଯୁଦ୍ଧ ଏକ ନିର୍ଦ୍ଧିଷ୍ଟ ସମୟରେ ଆରମ୍ଭ ହୋଇଥିଲା।
୭. ଧୃତରାଷ୍ଟ୍ରଙ୍କର ଏକ ପୁତ୍ର ଯୁଯୁତ୍ସୁ ଥିଲେ। ପ୍ରକୃତରେ ଗାନ୍ଧାରୀ ଗର୍ଭବର୍ତ୍ତି ଥିବା ସମୟରେ ରାଜା ଧୃତରାଷ୍ଟ୍ରଙ୍କର ଏକ ଦାସୀଙ୍କ ସହ ସମ୍ପର୍କ ଥିଲା । ସେଇଥିରୁ ହିଁ ତାଙ୍କର ଏକ ପୁତ୍ର ଯୁୟତ୍ସୁ ଜାତ ହୋଇଥିଲା ।
୮. ମହାଭାରତ ଯୁଦ୍ଧ ଚାଲିଥିବା ସମୟରେ ଉଡୁପିର ରାଜା ନିରପେକ୍ଷ ଥିଲେ। ସେ ନା କୌରବଙ୍କ ପଟୁ ଲଢୁଥିଲେ ନା ପାଣ୍ଡବଙ୍କ ପଟୁ ଲଢେଇ କରିଥିଲେ। ସେ ଦୁଇ ପକ୍ଷର ସୈନ୍ୟ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଠିକ କରିଥିଲେ। ତେଣୁ ସେ ପ୍ରତିଦିନ ଦୁଇ ପଟର ସେନାଙ୍କୁ ଖାଦ୍ୟ ଯୋଗାଉଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଯୁଦ୍ଧର ୧୮ ଦିନ ସମୟ ମଧ୍ୟରେ କୌଣସି ଦିନ ମଧ୍ୟ ଖାଦ୍ୟାଭାବ ହୋଇନଥିଲା।ଏହାର କାରଣ ଯେତେବେଳେ ରାଜା ଉଡୁ଼ପିଙ୍କୁ ପଚରା ଯାଇଥିଲା ସେ ଏକ ରୋଚକ ଉତ୍ତର ଦେଇଥିଲେ । ସେ ଏହାର ଶ୍ରେୟ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଇଥିଲେ । ସେ କହିଥିଲେ ଯେ କୃଷ୍ଣଙ୍କ ଖାଇବା ଶୈଳୀରୁ ହିଁ ପରଦିନ କେତେ ସୈନ୍ୟଙ୍କର ମୃତ୍ୟୁ ହେବ ତାହା ସେ ଜାଣିପାରନ୍ତି । ତେଣୁ ସେହି ଅନୁସାରେ ହିଁ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେଣୁ କେବେବି ଖାଦ୍ୟର ଅଭାବ ହୁଏ ନାହିଁ କି ଅଧିକ ଖାଦ୍ୟ ବଳେ ନାହିଁ।

ଏହା ସହ ପଢନ୍ତୁ: ଗଛରୁ ପ୍ରକଟ ହୋଇଥିଲେ ବାଳକ ରୂପୀ ଏହି ହନୁମାନ, ଧୀରେ ଧୀରେ ବଢ଼ୁଛି ମୂର୍ତ୍ତିର ଆକାର

୯.ଯେତେବେଳେ ଦୁର୍ଯ୍ୟଧନ ନିଜ ଶେଷ ନିଶ୍ୱାସ ନେଉଥିଲେ ସେହି ସମୟରେ ସେ ନିଜର ୩ଟି ଆଙ୍ଗୁଳି ଉପରକୁ ଉଠାଇ ରଖିଥିଲେ | ଶ୍ରୀକୃଷ୍ଣ ତାଙ୍କ ପାଖକୁ ଯାଇଥିଲେ ଓ ବୁଝିଯାଇଥିଲେ କି ଦୁର୍ଯ୍ୟଧାନ ତାଙ୍କୁ ପ୍ରକୃତରେ କଣ କହିବାକୁ ଚାହୁଁଛନ୍ତି । ଦୁର୍ଯ୍ୟଧନଙ୍କ ଅନୁସାରେ ଯଦି ସେ ଯୁଦ୍ଧ ସମୟରେ ୩ ଗୋଟି ଭୁଲ କରିନଥାନ୍ତେ ତେବେ ହୁଏତ ସେ ଜିତି ଯାଇଥାନ୍ତେ । କିନ୍ତୁ ଶ୍ରୀକୃଷ୍ଣ କହିଥିଲେ କି ଭୁଲ କରିନଥିଲେ ବି ସେ ନିଶ୍ଚିତ ରୂପେ କୌରବ ପକ୍ଷ ହାରିଥାନ୍ତେ ।
୧୦.କର୍ଣ୍ଣ ଓ ଦୂର୍ଯ୍ୟଧନଙ୍କ ବନ୍ଧୁତା ବିଷୟରେ ସମସ୍ତଙ୍କୁ ଜଣା। ସେମାନେ ଖାଲି ଭଲ ବନ୍ଧୁ ନଥିଲେ ସେମାନଙ୍କର ପରସ୍ପର ପ୍ରତି ଅଗାଢ ବିଶ୍ୱାସ ମଧ୍ୟ ଥିଲା। ଏକଦା କର୍ଣ୍ଣ ଓ ଦୁର୍ଯ୍ୟଧନଙ୍କ ପତ୍ନୀ ଭାନୁମତୀ ଏକାଠି ବସି ଶତରଂଜ ଖେଳୁଥିଲେ। ଏହି ସମୟରେ ଦୁର୍ଯ୍ୟଧନଙ୍କୁ ଆସୁଥିବା ଦେଖି ଭାନୁମତୀ ଛିଡା ହୋଇଯାଇଥିଲେ। କିନ୍ତୁ କର୍ଣ୍ଣ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କ ଗଳାର ମୋତିର ହାର ଟିକୁ ଧରି ଦେଇଥିଲେ। ମୋତି ହାରଟି ଛିଡି ତଳେ ପଡିଯାଇଥିଲା । କିନ୍ତୁ ସେ ଦୁହେଁ ଡରିଯାଇଥିଲେ ମଧ୍ୟ ଦୁର୍ଯ୍ୟଧନଙ୍କର ତାଙ୍କ ପ୍ରତି କୌଣସି ସନ୍ଦେହ ହୋଇନଥିଲା।
୧୧. ଦାନବୀର କର୍ଣ୍ଣଙ୍କ ସମ୍ପର୍କରେ ତ ସମସ୍ତେ ଜାଣନ୍ତି। ଦିନେ ତାଙ୍କ ଦାନର ପରୀକ୍ଷା ନେବା ପାଇଁ ଶ୍ରୀକୃଷ୍ଣ ଏକ ଗରିବ ବ୍ରାହ୍ମଣ ବେଶରେ ତାଙ୍କ ନିକଟରେ ପହଁଚିଲେ। ଦାନ ଆକାରରେ ତାଙ୍କଠୁ ସୁନା ମାଗିବାରୁ କର୍ଣ୍ଣ ନିଜର ସୁନାର ଦାନ୍ତଟିକୁ ଭାଙ୍ଗି ଦେଇ ଦେଇଥିଲେ। କିନ୍ତୁ ରକ୍ତ ଭିଜା ଦାନ୍ତକୁ ବ୍ରାହ୍ମଣ ରୁପି କୃଷ୍ଣ ନେବାକୁ ରାଜି ହୋଇନଥିଲେ। ପରେ ନିଜର ଏକ ବାଣ ସାହାଯ୍ୟରେ ବର୍ଷା କରାଇ ଦାନ୍ତ ଟିକୁ ସଫା କରି କର୍ଣ୍ଣ ବ୍ରାହ୍ମଣ ଦେବତାଙ୍କୁ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.