Below header

ଯଦି ଆପଣଙ୍କୁ କୌଣସି ଝିଅ କିମ୍ବା ପୁଅ ପସନ୍ଦ ଆସୁନାହାନ୍ତି, ତା’ହେଲେ ଏପରି କୁହନ୍ତି ନିଜର ମନର କଥା

ଜୀବନରେ ଆମେ ଅନେକ ଲୋକଙ୍କ ସହ ମିଶିଥାଉ। ପ୍ରତ୍ୟେକ ଲୋକଙ୍କ ପାଇଁ ଆମ ଭାବନା ଅଲଗା ଅଲଗା ହୋଇଥାଏ। କେବେ କେବେ ଏପରି ହୋଇଥାଏ ଯେ ଆମେ ଯାହାଙ୍କ ସହିତ ମିଶାମିଶି କରୁ, ସେମାନେ ଆମକୁ ପସନ୍ଦ ଆସି ନ ଥାଆନ୍ତି। ହେଲେ ଆମେ ସେମାନଙ୍କୁ ସିଧାସଳଖ କିଛି କହିପାରୁ ନ ଥାଉ। ଯଦି କୌଣସି ଯୁବକ କିମ୍ବା ଯୁବତୀ ଆପଣଙ୍କୁ ପସନ୍ଦ ନ ଆସେ, ତା’ହେଲେ ତାଙ୍କୁ ଯେତେ ଶୀଘ୍ର ମନର କଥା କହିଦିଅନ୍ତୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କିପରି ଆପଣ ତାଙ୍କୁ ସିଧାସଳଖ କିଛି କହିପାରିବେ।

boy11

 

-ଯଦି ଆପଣଙ୍କୁ କେହି ଯୁବତୀଙ୍କୁ ପସନ୍ଦ ନ ଆସନ୍ତି, ତା’ହେଲେ ତାଙ୍କୁ ଗୋଟିଏ ଛୋଟିଆ ମେସେଜ୍‌ କରିଦିଅନ୍ତୁ। କିନ୍ତୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ଆପଣ ମେସେଜ୍‌ କରିବେ ଏବଂ ତାଙ୍କୁ ଯେପରି କିଛି କଥା ଖରାପ ନ ଲାଗିବ।

-ଯେବେ ଆପଣ ତାଙ୍କୁ ଏହି କଥା କହିବେ କି ହୁଏତ ତାଙ୍କୁ ଖରାପ ଲାଗିପାରେ। ଏଭଳି ସ୍ଥିତିରେ ସେ ଆପଣଙ୍କଠାରୁ ଏହା ପଛର କାରଣ ଜାଣିବାକୁ ଚାହିଁବେ, ତେଣୁ ଏଠି ଆପଣଙ୍କ ଦାୟିତ୍ୱ ହେଉଛି, ତାଙ୍କୁ ଖୋଲି କି କହିଦିଅନ୍ତୁ। ମନେ ରଖନ୍ତୁ, ଆପଣଙ୍କ କାରଣ ସକରାତ୍ମକ ହେବା ଦରକାର।

ଏହାସହ ପଢ଼ନ୍ତୁ: ବଚ୍ଚନ ପରିବାର ପାଇଁ କାଳହେଲା ମୁମ୍ବାଇ ବର୍ଷା, ପାଣିରେ ଭାସିଲା ବିଗବିଙ୍କ ଘର ଦେଖନ୍ତୁ ଭିଡିଓ

-ଆପଣ ନିଜ କଥା କହିବା ପୂର୍ବରୁ ସାମ୍ନା ଲୋକକୁ କିଛି କହିବାର ସୁଯୋଗ ଦିଅନ୍ତୁ। ଯଦି ଆପଣ ଏହା କରିପାରିବେ ନାହିଁ, ତା’ହେଲେ ଆପଣଙ୍କ ଭିତରେ ଝଗଡ଼ା ହେବାର ସମ୍ଭାବନା ରହିବ। ତେଣୁ ତାଙ୍କ କଥାକୁ ଧୌଯ୍ୟର୍ର ସହ ଶୁଣନ୍ତୁ ଏବଂ ତାଙ୍କ ଦ୍ୱାରା ପଚରାଯାଉଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତୁ।

-ଆପଣ ନିଜ ମନ କଥା କହିବା ପରେ ତାଙ୍କୁ ଭାବିବାକୁ ସମୟ ଦିଅନ୍ତୁ। କାହିଁକି ନା, ସେହି ସମୟ ମଧ୍ୟରେ ସେ ପ୍ରକୃତ କଥାକୁ ଗ୍ରହଣ କରିପାରିବେ।

-ରିଜେକ୍ଟ କରିବା ପରେ ବି ଯଦି ଆପଣ ତାଙ୍କୁ ମେସେଜ୍‌ କରିବେ, ତା’ହେଲେ ଏହା କରିବା ଛାଡ଼ି ଦିଅନ୍ତୁ। କାରଣ, ଆପଣ କଥା ପୁଣି ଆରମ୍ଭ କଲେ ସେ ମଧ୍ୟ ପୁଣି ଆପଣଙ୍କ ଉପରେ ଆଶା ରଖିବେ। ତେଣୁ ଏଭଳି କିଛି କରିବା ବଦଳରେ ତାଙ୍କୁ ତାଙ୍କ ଜୀବନରେ ଆଗକୁ ବଢ଼ିବା ପାଇଁ ମଉକା ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.