ଗୁଗଲରେ ପ୍ରିୟଙ୍କା ଚୋପ୍ରାରୁ ‘ପ୍ରିୟଙ୍କା ସିଂ’ ବନିଗଲେ ଅଭିନେତ୍ରୀ!

ପ୍ରିୟଙ୍କା ଚୋପ୍ରା ଜୋନସ୍‌ଙ୍କ ଗ୍ଲୋବାଲ୍‌ ଲାଇଫ୍‌ ଚର୍ଚ୍ଚା ବିଷୟରେ ଆପଣ ଜାଣିଥିବେ। ସମସ୍ତେ ତାଙ୍କ ନାମ ଜାଣିଛନ୍ତି। ହେଲେ ଗୁଗଲରେ ତାଙ୍କ ନାଁ ଭୁଲ୍‌ ଦେଖିବାକୁ ମିଳୁଛି। ପ୍ରିୟଙ୍କା ଚୋପ୍ରା ନୁହେଁ କି ପ୍ରିୟଙ୍କା ଜୋନସ୍‌ ବି ନୁହେଁ। ସେହି ନାଁରେ ତାଙ୍କ ଫଟୋ ଆସୁଛି, ଯେଉଁ ନାଁ ତାଙ୍କର ହିଁ ନୁହେଁ। ପ୍ରକୃତ କଥା ହେଲା, ଗୁଗଲରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ସର୍ଚ୍ଚ କରିବାରେ ତାଙ୍କ ପ୍ରୋଫାଇଲ୍‌ ପ୍ରିୟଙ୍କା ସିଂ ନାମରେ ଦେଖିବାକୁ ମିଳୁଛି। ଗୁଗଲ ସର୍ଚ୍ଚର ଓ୍ଵିକିପିଡିଆ ବକ୍ସରେ ପ୍ରିୟଙ୍କା ଚୋପ୍ରା ନାଁ ବଦଳରେ ପ୍ରିୟଙ୍କା ସିଂ ଦେଖାଯାଉଛି।

pri22

ଯଦିଓ ଏହି ବକ୍ସ ଉପରେ କ୍ଲିକ୍‌ କରିବା ପରେ ସମ୍ବନ୍ଧିତ ପେଜରେ ପ୍ରିୟଙ୍କା ଚୋପ୍ରା ଶୋ’ କରୁଛି, କିନ୍ତୁ ‘ପିପୁଲ୍‌ ସର୍ଚ୍ଚ ଫର୍‌’ ଅପଶନରେ ବାକି ଅଭିନେତ୍ରୀଙ୍କ ନାମ ସହିତ ପ୍ରିୟଙ୍କାଙ୍କ ନାମ ପ୍ରିୟଙ୍କା ସିଂ ଆସୁଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ କି ଏହା ଗୁଗଲର କୌଣସି ସାଧାରଣ ବଗ୍‌ ନା ଅନ୍ୟ କୌଣସି ଜଟିଳ ସମସ୍ୟା। କହି ରଖୁଛୁ କି, ଗତବର୍ଷ ଡିସେମ୍ବରରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କୁ ବିବାହ କରିବା ପରେ ତାଙ୍କ ନାମ ପ୍ରିୟଙ୍କା ଚୋପ୍ରା ଜୋନସକୁ ଅଫିସିଆଲ କରିଥିଲେ। କିନ୍ତୁ ଏ ପଯ୍ୟର୍ନ୍ତ ଜଣାପଡ଼ିନାହିଁ କି ଗୁଗଲରେ ତାଙ୍କ ନାମ ସର୍ଚ୍ଚ କଲେ କେଉଁ କାରଣରୁ ‘ସିଂ’ ନଜର ଆସୁଛି।