ସାଇରାମଙ୍କ ନିଆରା ଅଭିଯାନ, ଗାନ୍ଧୀ ବେଶରେ କରୁଛନ୍ତି କୋରୋନା ସଚେତନତା

ଯାଜପୁର ଟାଉନ : କୋରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଯାଜପୁରରେ ପହଞ୍ଚିଥିଲେ ଗାନ୍ଧୀ । ସ୍ୱଚ୍ଛ ଭାରତ ସଂପର୍କରେ ଲୋକଙ୍କୁ ସଚେତନ କରି ଚର୍ଚ୍ଚାକୁ ଆସିଥିବା ସାଇରାମ ଗାନ୍ଧୀ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସାଇରାମ ଗାନ୍ଧୀ ବେଶ ଧରି ପ୍ରଦୀପ ପ୍ରଜ୍ଜଳନ କରି ରାଜ୍ୟପାଳଙ୍କ ଆଶୁ ଅରୋଗ୍ୟ କାମନା କରିଥିଲେ । ମନ୍ଦିର ନିକଟରୁ ଘଣ୍ଟ ବାଡେଇ ପୂରା ସହର ପରିକ୍ରମା କରି ଲୋକଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ କହିଥିଲେ ।

ସଚେତନ କରିବା ସମୟରେ ବିଭିନ୍ନ ବ୍ୟକ୍ତିଙ୍କୁ ମାସ୍କ ମଧ୍ୟ ବଂଟନ କରିଥିଲେ । ପୂର୍ବରୁ ସେ ଯାଜପୁର ଜିଲାପାଳଙ୍କୁ ଭେଟି ଜିଲାବ୍ୟାପି କୋରୋନା ସଚେତନତା ନେଇ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାଇରାମଙ୍କୁ ଗାନ୍ଧୀଙ୍କ ଗେଟ୍‌ଅପ୍‌ରେ ଦେଖିବାର ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.