Below header

ଆୟୁଷ ଡାକ୍ତରଙ୍କ ପ୍ରଶ୍ନ, ଆମକୁ କାହିଁକି ଦିଆଯାଉ ନାହିଁ କରୋନା ଯୋଦ୍ଧାର ମାନ୍ୟତା ?

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ରାଷ୍ଟ୍ରୀୟ ବାଲବିକାଶ କାର‌୍ୟ୍ୟକ୍ରମ ଅଧୀନରେ ରାଜ୍ୟରେ କାର‌୍ୟ୍ୟରତ ଆୟୁଷ ଡାକ୍ତରମାନେ ୮ ଦଫା ଦାବି ନେଇ ଗତ ୫ ତାରିଖରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜାରି ରଖିଛନ୍ତି । ଆୟୁଷ ଡାକ୍ତରମାନଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ସହିତ ମାସିକ ସର୍ବନିମ୍ନ ୫୦ ହଜାର ଟଙ୍କା ଦରମା ଏବଂ ଚାକିରି ନିୟମିତ କରିବା ଆଦି ଦାବିରେ ଏହି ପ୍ରତିବାଦ ଜାରି ରଖିଛନ୍ତି । ବାରମ୍ବାର ଆୟୁଷ ଡାକ୍ତରମାନଙ୍କ ପକ୍ଷରୁ ଦାବିକୁ ଉପସ୍ଥାପନ କରାଯାଉଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।

AYUSH-2

ଆୟୁଷ ଡାକ୍ତରମାନେ କୋରୋନା ସମୟରେ ଆଗଧାଡିରେ କାମ କରୁଥିଲେ ବି ସରକାର ସେମାନଙ୍କ ପ୍ରତି ଆଦୌ ଦୃଷ୍ଟି ଦେଉ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଜି ଏ ନେଇ ଜିଲ୍ଲା ଆୟୁଷ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଆଗାମୀ ୧୪ ତାରିଖ ମଧ୍ୟରେ ସରକାର ଦାବି ପୂରଣ ନ କଲେ ଆସନ୍ତା ୧୫ ତାରିଖ ଦିନ ରାଜ୍ୟରେ କାର‌୍ୟ୍ୟରତ ସମସ୍ତ ଡାକ୍ତର ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.