ଆଜି ସନ୍ଧ୍ୟା ୭ଟାରୁ ଚିଲିକା, ବାଲୁଗାଁ, ବାଣପୁରରେ ୭୨ ଘଣ୍ଟିଆ ସଟ ଡ଼ାଉନ ଜାରି

 ଟାଙ୍ଗି: ବଢୁଥିବା କରୋନା ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହିତ କରିବାପାଇଁ ବାଣପୁର ଓ ଚିଲିକା ପ୍ରଶାସନ ଦ୍ୱାରା ସର୍ବସମ୍ମତି କ୍ରମେ ପୃଥକ ପୃଥକ ଅନୁରୋଧ ପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ନିର୍ବାଚନୀ ମଣ୍ଡଳୀର ବାଣପୁର ବ୍ଲକ୍ , ଚିଲିକା ବ୍ଲକ ଏବଂ ବାଣପୁର ଏନ.ଏ.ସି ଓ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ପୃଥକ ପୃଥକ ଲିଖିତ ପତ୍ର ମାଧ୍ୟମରେ ଚିଲିକା ବ୍ଲକ ଓ ବାଲୁଗାଁ ଏନ.ଏ.ସି ଏବଂ ବାଣପୁର ବ୍ଲକ୍ ଓ ବାଣପୁର ଏନ.ଏ.ସି ର ସମସ୍ତ ଅଞ୍ଚଳକୁ ଆଜି ସନ୍ଧ୍ୟା ୭ ଘଟିକାରୁ ଆସନ୍ତା ତା ୧୪.୦୮.୨୦ ସଂଧ୍ୟା ୭ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି ।

chilika

ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି ସଡ ଡ଼ାଉନ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ।

ଏହାକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏକ ଜରୁରୀ ପ୍ରେସମିଟ ଆୟୋଜନ କରି ସମସ୍ତ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । କିପରି ଚିଲିକା ନିର୍ବାଚନୀ ମଣ୍ଡଳୀରୁ କରୋନା କୁ ପ୍ରତିହତ କରାଯାଇ ପାରିବ ସେଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ସମୟରେ ସମସ୍ତ ଜନସାଧାରଣ ଅତି ଆବଶ୍ୟକ ନପଡିଲେ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.