ଟିକ୍‌ଟକ ଆପ୍‌କୁ କିଣିବାକୁ ଏବେ ସଫ୍ଟେଓ୍ଵୟାର କମ୍ପାନୀ ମଧ୍ୟରେ ପ୍ରତିଯୋଗିତା, ମାଇକ୍ରୋସଫ୍ଟ ପରେ ଏବେ ଟ୍ଵିଟର ଦେଖାଇଲା ଆଗ୍ରହ

ଚାଇନିଜ ଆପ୍‌ ଟିକଟକ୍‌କୁ ଭାରତ ସରକାର ବ୍ୟାନ କରିଥିଲେ। ତା’ରେ ଆମେରିକା ଏହାକୁ କିଣିବ ବୋଲି ଖବର ମଧ୍ୟ ମିଳିଥିଲା। କିନ୍ତୁ ଏବେ ଟିକଟକ ଆପକୁ କିଣିବାକୁ ଏବେ ସଫ୍ଟୱେୟାର କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି | ଏପର୍ଯ୍ୟନ୍ତ ମାଇକ୍ରୋସଫ୍ଟ କମ୍ପାନୀ ଏକୁଟିଆ ଏହାକୁ କିଣିବା ତାଲିକାରେ ଥିବାବେଳେ ଏବେ ଟ୍ୱିଟର ମଧ୍ୟ ଆଗ୍ରହୀ ଦେଖାଇଛି। ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟର ମଧ୍ୟ ଚୀନର ସର୍ଟ ଭିଡିଓ ତିଆରି ଆପ୍ ଟିକଟକ କିଣିବା ତାଲିକାରେ ନିଜ ନାମକୁ ସାମିଲ କରିଛି | କୁହାଯାଉଛି ଯେ ଟ୍ୱିଟର, ଟିକଟକର କର୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି |

କାରଣ ମାଇକ୍ରୋସଫ୍ଟ ତୁଳନାରେ ଟ୍ୱିଟର କମ୍ପାନୀର ଆର୍ଥିକ ସ୍ଥିତି ସେତେ ସ୍ଵଛଳ ନୁହେଁ | ଟ୍ୱିଟରର ବଜାର ପୁଞ୍ଜିକରଣ ପ୍ରାୟ ୨୯ ବିଲିୟନ ଡଲାର ଥିବାବେଳେ ମାଇକ୍ରୋସଫ୍ଟର ଆର୍ଥିକ ସ୍ଥିତି ଖୁବ ଭଲ ରହିଛି | ଏହି କାରଣରୁ ମାଇକ୍ରୋସଫ୍ଟ କମ୍ପାନୀ ଟିକଟକ୍ ଆପ୍ କ୍ରୟ ପ୍ରତିଯୋଗିତାର ଶୀର୍ଷ ସ୍ଥାନରେ ଥିବା ପରି ଚର୍ଚ୍ଚା ହେଉଛି |

twitter

କେବଳ ଭାରତରେ ନୁହେଁ ବରଂ ଆମେରିକାରେ ମଧ୍ୟ ଜାତୀୟ ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏହି ଦୁଇଟି ଆପ୍କୁ ନିଷିଦ୍ଧ କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ନିର୍ଦ୍ଦେଶନାମାରେ କହିଥିଲେ । ୪୫ ଦିନ ସମୟ ଏଥିପାଇଁ ଉକ୍ତ ଆପ୍ ଦ୍ବୟକୁ ଦିଆଯାଇଛି। ୪୫ ଦିନ ପରେ ଏଗୁଡ଼ିକୁ ନିଷିଦ୍ଧ କରାଯିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.