‘ବୁଲାତି ହୈ ମଗର ଜାନେ କା ନେହିଁ’ର ଗାୟକ ଆଉ ନାହାନ୍ତି, ସାୟର ରାହତ ଇନ୍ଦୋରୀଙ୍କ ନିଧନ

ଆଉ ନାହାନ୍ତି ଲୋକପ୍ରିୟ ସାୟର ରାହତ ଇନ୍ଦୋରୀ। କରୋନା ସଂକ୍ରମିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ହିଁ ସେ କରୋନା ସଂକ୍ରମିତ ହୋଇଥିବା ଖବର ନିଜେ ଟ୍ଵିଟ୍‌ କରି ଜଣାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।

indori

ରାହତ ଇନ୍ଦୋରୀ ମଙ୍ଗଳବାର ସକାଳେ ଟ୍ଵିଟ୍‌ କରି କହିଥିଲେ ‘କୋଭିଡ୍‌ ଲକ୍ଷଣ ଦେଖିବା ପରେ କାଲି ସକାଳେ ମୋର କରୋନା ଟେଷ୍ଟ କରିଥିଲେ। ଆଜି ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ମୋତେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାର୍ଥନା କରନ୍ତୁ ମୁଁ ଯେମିତି ଶୀଘ୍ର ଏହି ରୋଗକୁ ହରାଇ ପାରିବି। ଆଉ ଏକ ଅନୁରୋଧ ମୋତେ କିମ୍ବା ମୋ ପରିବାରକୁ ଦୟା କରି ଫୋନ୍‌ କରନ୍ତୁ ନାହିଁ। ମୋ ଅବସ୍ଥା ସମ୍ପର୍କରେ ଟ୍ଵିଟର ଓ ଫେସ୍‌ବୁକ୍‌ରେ ଆପଣଙ୍କୁ ସୂଚନା ମିଳିବ।

ରାହତ ଇନ୍ଦୋରୀଙ୍କ ସବୁଠାରୁ ଲୋକପ୍ରିୟ ସାଏର ମଧ୍ୟରେ ବୁଲାତି ର୍ହେ ମଗର ଜାନେ କା ନେହିଁ, ହମ୍‌ ସେ ପେହେଲେ ଭି ମୁସାଫିର କଇ ଗୁଜରେ ହୋଙ୍ଗେ, ବହୁତ ଗୁରୁର ହେ ଦରିଆ କୋ ଅପନେ ହୋନେ ପର ଆଦି ପ୍ରମୁଖ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.