Below header

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରସିଦ୍ଧ ଧବଳେଶ୍ଵର ମନ୍ଦିର

ଆଠଗଡ଼: ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵର ମନ୍ଦିର । କରୋନା କଟକଣା ଭିତରେ ଆଜିଠାରୁ ସବୁ ଭକ୍ତ  ପ୍ରଭୁଙ୍କ ଦର୍ଶନ କରିପାରିବେ। ଥରକରେ ୫୦ ଜଣ ଭକ୍ତ ପାଖାପାଖି ୬ଫୁଟ ବ୍ଯବଧାନରେ ରହି ମନ୍ଦିର ପରିସରରେ ଦର୍ଶନ କରିବେ ।

କୋଭିଡ ନିୟମ ଅନୁସାରେ ଗତ ୮ତାରିଖରେ ପୂଜକଙ୍କ ପରିବାର , ୯ଓ ୧୦ ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିସାରିଛନ୍ତି । ଆଜିଠାରୁ ସର୍ବସାଧାରଣ ଦର୍ଶନ କରିପାରିବେ। ବୟଷ୍କ ଓ ଛୋଟ ପିଲାଙ୍କୁ ମନ୍ଦିରକୁ ଯିବାକୁ ବାରଣ କରାଯାଇଛି। ସାମାଜିକ ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.