ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ନିଜ ଟ୍ୱିଟର ପେଜରେ ଏକ ବଡ ଭୁଲ କରିଛି। ଯାହା ଯୋଗୁଁ ସୋସିଆଲ ମିଡିଆରେ ଏନଏସଇକୁ ହଟହଟା ହେବାକୁ ପଡିଛି । ହଟହଟା ହେବା ପରେ NSE ପୋଷ୍ଟକୁ ଡିଲିଟ କରିଦେଇଛି । ଏହି ମାମଲାରେ କୌଣସି ପ୍ରକାରର ହ୍ୟାକିଂ ହୋଇନଥିବାର ଏନଏସଇ ସ୍ୱୀକାର କରିଛି। ଶନିବାର ଦିନ ଏନଏସଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୌନି ରାୟଙ୍କ ଏକ ବୋଲ୍ଡ ଫଟୋ ସେୟାର କରିଥିଲା । ଏହା ସହିତ ‘ଶନିବାରର ତାପମାତ୍ରା ବଢୁଛି’ ବୋଲି ଲେଖାଯାଇଥିଲା ।
ଏହା ପରେ, ମୌନି ରାୟଙ୍କୁ ଟ୍ୟାଗ୍ କରି ଲେଖାଯାଇଥିଲା ଯେ ‘ମୌନି ଅଦ୍ଭୁତ ଦେଖାଯାଉଛନ୍ତି’ । ଏନଏସଇ ର ଏହି ଟ୍ୱିଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ତୁରନ୍ତ ଏହାକୁ ସ୍କ୍ରିନ ସଟ ନେଇ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ପରେ, ଏନଏସଇ ର ଟିମ୍ ମଧ୍ୟ ଭୁଲ ବିଷୟରେ ଜାଣିବାକୁ ପାଇଲେ ଏବଂ ଟୁଇଟ୍ ଡିଲିଟ କରିଥିଲେ।
ଏହାକୁ ନେଇ NSE କହିଥିଲା କି, ଏନଏସଇର ଆକାଉଣ୍ଟ ପରିଚାଳନା କରୁଥିବା ଏଜେନ୍ସି ଦ୍ୱାରା ଏହି ଭୁଲ କରାଯାଇଥିଲା । ଏହା ଏକ ମନୁଷ୍ଯଜନିତ ତ୍ରୁଟି। ଏହାକୁ ନେଇ କୌଣସି ହ୍ଯାକିଂ କରାଯାଇନାହିଁ।