ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ଟିପ୍ପର ଓ କାର୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ନାବାଳିକାଙ୍କ ଜୀବନ, ୪ଗୁରୁତର

ସାଲେପୁର: ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା। ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ଘଟିଛି ଏହି ଦୁର୍ଘଟଣା। ଏକ ଟିପ୍ପର ଓ କାର୍‌ ମଧ୍ଯରେ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାକ, ମୃତକ ଜଣକ ସରିତା ମଲ୍ଲିକ। ମୟସ ମାତ୍ର ୧୭ ବର୍ଷ। ତେବେ ଏହି ଦୁର୍ଘଟଣାରେ ଗୁରୁତରମାନେ ହେଲେ ଦେବାଶିଷ ମହାନ୍ତି, ବାବାଜି ମଲ୍ଲିକ, ବିଶ୍ୱଜିତ ମଲ୍ଲିକ ଓ ସନ୍ଧ୍ୟାରାଣୀ ମଲ୍ଲିକ। ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ ଟିପ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ, ପୋଲିସ୍‌ ଗାଡ଼ିକୁ ଜବତ କରି ଥାନାକୁ ଆଣିବାସହ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ ନାବାଳିକାଙ୍କ ମୃତ୍ଯୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.