Below header

ରସୁଣ କେବଳ ଖାଦ୍ଯର ସ୍ବାଦ ନୁହେଁ ବରଂ ମୁହଁର ସୌନ୍ଦର୍ଯ୍ଯ ବଢାଇଥାଏ, ଜାଣନ୍ତୁ କେମିତି କରିବେ ବ୍ଯବହାର

ପ୍ରତ୍ଯେକ ରୋଷେଇ ଘରେ କିଛି ଥାଉ କି ନଥାଉ ରସୁଣ ନିଶ୍ଚିତ ଥିବ। ଏହା କେବଳ ଖାଦ୍ୟର ସ୍ବାଦ ବଢ଼ାଇନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମଧ୍ୟ କାମରେ ଆସିଥାଏ। ଆସନ୍ତୁ ଜାଣିବା କିପରି..

ଯଦି ଆପଣଙ୍କ ମୁହଁରେ ବ୍ରଣ ହୋଇଛି ତେବେ ରସୁଣ ଆପଣଙ୍କ କାମରେ ଆସିବ। ରସୁଣକୁ ଘଷି ଏହାର ରସକୁ ବ୍ରଣରେ ଲଗାନ୍ତୁ। ୫ମିନିଟ୍ ପରେ ମୁହଁକୁ ଧୋଇଦିଅନ୍ତୁ। ଏହା ପରେ ଆପଣଙ୍କୁ ଫରକ ନଜର ଆସିବ।

stretch mark

ଶରୀରରେ ଷ୍ଟ୍ରେଚ୍ ମାର୍କ ଥିଲେ ଭଲ ଲାଗେ ନାହିଁ। ଏଥିପାଇଁ ରସୁଣର ଜୁସକୁ ଅଲିଭ ତେଲ ସହ ମିଶାଇ ଗରମ କରିନିଅନ୍ତୁ। ଟିକେ ଥଣ୍ଡା ହେବା ପରେ ଏହାକୁ ଷ୍ଟ୍ରେଚ୍ ମାର୍କରେ ମସାଜ୍ କରନ୍ତୁ। କିଛି ଦିନ ଏପରି କଲେ ଷ୍ଟ୍ରେଚ୍ ମାର୍କ ଦୂର ହୋଇଯିବ।

ଆପଣଙ୍କ ମୁହଁରେ ନାଲି ଦାଗ ରହିଛି ତେବେ ରସୁଣର କିଛି କୋଲାରେ ଟମାଟୋ ମିଶାଇ ତାର ପେଷ୍ଟ ବନାଇ ନିଅନ୍ତୁ। ଏହି ପେଷ୍ଟକୁ ସେହି ସ୍ଥାନରେ ଲଗାଇ ଦିଅନ୍ତୁ। ୧୦ମିନିଟ ପରେ ମୁହଁକୁ ଧୋଇଦିଅନ୍ତୁ। ଏହା ପରେ ମୁହଁ ପରିଷ୍କାର ଦେଖାଯିବ।

garlic oil

ଆଣ୍ଠୁ ଏବଂ କହୁଣୀ ପାଖରେ କୁଣ୍ଡିଆ ହୋଇ ଘା ହୋଇଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ରସୁଣକୁ ମାଲିସ୍ କରନ୍ତୁ। ତୁରନ୍ତ ଉପଶମ ମିଳିବ। ଏହା ଚର୍ମକୁଞ୍ଚନକୁ ଦୂର କରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ମହୁ ଏବଂ ଲେମ୍ବୁ ସହ ରସୁଣ ଖାଇପାରିବେ। ଏହା ଖାଇବା ଦ୍ବାରା ଚର୍ମକୁଞ୍ଚନ ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.