ବାଲିଗୁଡା: ବସ୍‌ରେ ଲାଗିଥିବା ସେନସର୍‌ ଯୋଗୁଁ ଘାଟୀରେ ବର୍ତ୍ତିଗଲେ ୨୨ ଯାତ୍ରୀ, ଓହ୍ଲାଇଲା ପରେ ପୂରା ଜଳିଗଲା

ବାଲିଗୁଡା: ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଏକ ଯାତ୍ରୀବାହୀ ବସ୍ । ବାଲିଗୁଡାରୁ କେ. ନୂଆଗାଁ କଂଜାମେଣ୍ଡି ଘାଟି ଏନ. ଏଚ ୫୯ ରାସ୍ତାରେ ଯାଉଥିବା ସମୟରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ରୁଦ୍ରକାଳୀ ନାମକ ଏହି ଘରୋଇ ବସ୍ । ତେବେ ବସରେ ବସିଥିବା ୨୨ ଜଣ ଯାତ୍ରୀଙ୍କର ସୌଭାଗ୍ୟ ବଶତଃ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି ।

ଖବର ମୁତାବକ, ଏମ. ରାମପୁର ରୁ ଭଞ୍ଜନଗର ଯାଉଥିବା ବସଟି କଂଜାମେଣ୍ଡି ଘାଟି ଉଠୁଥିବା ସମୟରେ ଗାଡିଟି ସେନସର ହୋଇଥିବା କାରଣ ରୁ ସିଗନାଲ ଦେଇଥିଲା । ବସ ଡ୍ରାଇଭର ସିଗନାଲ ଶୁଣି ଘାଟି ଉଠୁଥିବା ସମୟରେ ବସ ଟିକୁ ରଖି ଦେଇଥିଲେ । କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ଅନୁମାନ କରୁଥିବା ସମୟରେ ଡ୍ରାଇଭର ହଠାତ ଗାଡିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ତେବେ ବଡ଼ ଧରଣର ଅଘଟଣ ପୂର୍ବରୁ ଡ୍ରାଇଭର, ହେଲ୍ପର ଓ ବସ କଣ୍ଡୋକ୍ଟର ବସିଥିବା ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ଓଲ୍ହାଇ ଦେଇଥିଲେ ।

ତେବେ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଂଚି ନିଆଁ କୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ବସ ଟି ସମ୍ପୂର୍ଣ୍ଣ ଭାବେ ରାଜରାସ୍ତା ଉପରେ ଜଳି ସାରିଥିଲା । ତେବେ ପ୍ରାଥମିକ ତଦନ୍ତରୁ ସଟ ସର୍କିଟ ରୁ ନିଆଁ ଲାଗିଥିବା କୁହାଯାଉଛି । ସେପଟେ ବସଟି ମାତ୍ର ଏକ ବର୍ଷ ହେବା ସହ ସମସ୍ତ ଫିଟନେସ ଓ ଜରୁରୀ କାଗଜପତ୍ର ଅପଡେଟ ଥିବା ବସ ମାଲିକ କହିଛନ୍ତି।

Leave A Reply

Your email address will not be published.