Below header

କି ଅଜବ କାମ ! ସୁନା ରୁପା ମିଳିବା ଲୋଭରେ ନଦୀ ଖୋଳୁଛନ୍ତି ଗାଁ ଲୋକେ

ଗଭୀର ନଦୀରୁ ସୁନା ରୁପା କିମ୍ବା ପୁରୁଣା ଟଙ୍କା ମିଳିବା କାହାଣୀ ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ କେବେ ଭାବିଛନ୍ତି କି, ଏପରି କାହାଣୀ କେବେ ସତ ହୋଇପାରେ ବୋଲି। ଏମିତି ଘଟଣା ଏବେ ମଧ୍ୟପ୍ରଦେଶରେ ସତ ହେବାକୁ ଯାଉଛି। ଯାହା ପାଇଁ ଲୋକେ ସବୁ କିଛି କାମ ଧନ୍ଦା ଛାଡି ନଦୀ ଖୋଳିବାରେ ଲାଗିପଡିଛନ୍ତି।

ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର କୁରାବରରୁ କିଛି ଦୂର ଶିବପୁରା ଏବଂ ଗଣୁପୁରାରେ ଲୋକମାନେ ନଦୀ ଖୋଳିବା ଦେଖିବାକୁ ମିଳିଛି। ନଦୀରେ ମୋଗଲ ଶାସନ ସମୟ ସୁନା ଓ ରୁପା ଟଙ୍କା ମିଳୁଥିବା ଗୁଜବ ପ୍ରଚାର ଦ୍ବାରା ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁଜବ ଏଭଳି ଖେଳିଯାଇଥିଲା ଯେ ପାର୍ବତୀ ନଦୀ ଖୋଳିବାକୁ ଗ୍ରାମବାସୀଙ୍କ ଭିଡ଼ ଲାଗିଥିଲା। ଗ୍ରାମର ପିଲାଠାରୁ ଆରମ୍ଭ କରି ବୟସ୍କ ଏବଂ ମହିଳାମାନେ ଶାବଳ ଧରି ପାଣି ନଥିବା ପଥୁରିଆ ନଦୀ ଶଯ୍ୟାକୁ ଖୋଳିଥିଲେ। ଦୀର୍ଘ ସପ୍ତାହ ଧରି ଗାଁ ଲୋକ ଏହି ନଦୀ ଖୋଳିବାରେ ଲାଗିପଡିଥିଲେ । ଏ ସଂପର୍କରେ ସୂଚନା ପାଇ ରାଜସ୍ବ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ। ଅଧିକାରୀ ଜଣକ ଗ୍ରାମବାସୀଙ୍କୁ ଯେତେ ବୁଝାଇଥିଲେ ବି କେହି ତାଙ୍କ କଥା ଶୁଣି ନଥିଲେ। ବରଂ ସମସ୍ତେ ନଦୀ ଶଯ୍ୟା ଖୋଳିବାରେ ଲାଗିଥିଲେ। ପାର୍ବତୀ ନଦୀ ମଧ୍ୟ ପ୍ରଦେଶର ଦୁଇ ଜିଲ୍ଲା ସିହୋର ଓ ରାଜଗଡ଼କୁ ଭାଗ କରି ବହିଯାଇଛି।

ଜଣେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୮ ଦିନ ପୂର୍ବରୁ କିଛି ମାଛଧରାଳୀ ଏଠାରୁ ପୁରୁଣା କାଳର ଟଙ୍କା ପାଇଥିବା କଥା କହିଥିଲେ। ଏହି କଥା ଏତେ ଜୋରରେ ପ୍ରଚାର ହୋଇଥିଲା ଯେ, ଗାଁ ଲୋକମାନେ ନଦୀ ଶଯ୍ୟା ଖୋଳିବା କାମରେ ଲାଗିଯାଇଛନ୍ତି। ପ୍ରଶାସନ ସେମାନଙ୍କୁ ଯେତେ ବୁଝାଇବା ପରେ ମଧ୍ୟ ସେମାନେ କିଛି ଶୁଣୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.