ସବୁଠାରୁ ପତଳା ସ୍ମାର୍ଟଫୋନ Apple iPhone 13, ଆପଲ୍ କରୁଛି ଏମିତି ପ୍ଲାନିଂ

ନୂଆ ଆଇଫୋନ ୧୨କୁ ଲଞ୍ଚ ହେବାର ମାତ୍ର ୬ ମାସ ହୋଇଛି। ପୁଣି ଆପଲ୍ ଚଳିତବର୍ଷ ନୂଆ ଆଇଫୋନ ୧୩ ଲଞ୍ଚ କରିବ ବୋଲି ଯୋଜନା ଚଳାଇଛି। ଏହା ସବୁଠାରୁ ପତଳା ସ୍ମାର୍ଟଫୋନ ହେବ ବୋଲି କମ୍ପାନୀ ଦାବି କରୁଛି।

ଟେକ ସାଇଟ୍ Mac Otakara ଅନୁସାରେ, ଆଇଫୋନ ୧୩ର ଡିଜାଇନ ପୁରୁଣା ସମସ୍ତ ହ୍ଯାଣ୍ଡସେଟ୍ ଠାରୁ ଦମଦାର। ଆପଲ ନିଜର ନୂଆ ସ୍ମାର୍ଟଫୋନ ଡିଜାଇନ ଉପରେ ଅଧିକ ଗୁରୁତ୍ବ ଦେଉଛି। ଏହି ନୂଆ ଆଇଫୋନ ୧୩ ସମସ୍ତ ଆପଲ ଫୋନ୍ ଠାରୁ ପତଳା ରହିବ। ଏହାର ଏଜ୍ ୦.୨୬ mm ରହିପାରେ। ଆଇଫୋନ ୧୨ ତୁଳନାରେ ଆଇଫୋନ ୧୩ର ବ୍ଯାଟେରୀ ଦମଦାର ରହିବ।

apple iphone
photo credit: tom’s guide

 

ସୂଚନା ମୁତାବକ, ନୂଆ ଆଇଫୋନ ୧୩ର ଫ୍ରଣ୍ଟ ସ୍ପିକରକୁ ହଟାଇ ଦିଆଯିବ। ଏପର୍ଯ୍ଯନ୍ତ ଆପଲର ସମସ୍ତ ହ୍ଯାଣ୍ଡସେଟରେ ଏକ ଫ୍ରଣ୍ଟ ସ୍ପିକର ଦେଉଥିଲା। ଏହାସହିତ ଆପଲ ଆଇଫୋନ ୧୩ର ରିଅର କ୍ଯାମେରାକୁ ବଦଳାଇବାକୁ ମଧ୍ୟ ଯୋଜନା କରିଛି। କିନ୍ତୁ ଆପଲ୍ ତରଫରୁ କୌଣସି ଅଧିକାରକ ତଥ୍ଯ ମିଳିନାହିଁ। ଆପଲ୍ ଆଇଫୋନ ୧୩ର କ୍ଯାମେରା ଲେନ୍ସକୁ ମଧ୍ୟ ବଦଳାଇପାରେ। କମ୍ପାନୀ ଏବେ sunny optical, largan ଏବଂ genius electronic optical ସହିତ କଥାବାର୍ତ୍ତା ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.