ଅଦଭୁତ : କାଲି ଜୀବିତକୁ ମୃତ ଘୋଷଣା ପରେ ବଞ୍ଚି ଉଠିଲା ପିଲା ହେଲେ ଆଜି ସତରେ ଚାଲିଗଲା ନବଜାତକ

କରଞ୍ଜିଆ(କେନ୍ଯୁଜ୍): ଡାକ୍ତର ଯାହାଙ୍କୁ ଆମେ ଭଗବାନଙ୍କ ସହିତ ତୁଳନା କରିଥାଉ । କାହିଁନାରେ ଜୀବନର ବିପଦ ସମୟରେ ସେ ହିଁ ସାହାରା ପାଲଟିଥାନ୍ତି। ମୃତ୍ୟୁ ମୁଖରୁ ରୋଗୀକୁ ଉଦ୍ଧାର କରିଥାନ୍ତି। ତେଣୁ ଶରୀର ଟିକେ ଅସୁସ୍ଥ ଲାଗିଲେ ଆମେ ଧାଇଁଯାଉ ଡାକ୍ତରଖାନା। ତେବେ ଏସବୁ ଭିତରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତକାଲି ଯେଉଁ ଜୀବିତ ଛୁଆକୁ ମୃତ୍ୟୁ ଘୋଷଣା କରାଯାଇଥିଲା ସେହି ଶିଶୁଟିର ଆଜି ମୃତ୍ୟୁ ଘଟିଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯଦି ଣିଣୁଟିର ମୃତ୍ୟୁ ଆଜି ହେଲା ତେବେ କେମିତି ଗତକାଲିଠୁ ତାକୁ ମୃତ ଘୋଷଣା କରାଯାଇଥିଲା? ଆଜ୍ଞା ଜାଣନ୍ତୁ ପ୍ରକ୍ରୁତ ଘଟଣା, ଗତକାଲି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା ଏଭଳି ଏକ ଘଟଣା । ଗତକାଲି ପାଖାପାଖି ଅପରାହ୍ନ ୨ଟା ସମୟରେ ରାଇମଣି ମୁଣ୍ଡା ନାମକ ଜଣେ ମହିଳା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। କିନ୍ତୁ କିଛି ସମୟ ପରେ ଶିଶୁଟିକୁ ମେଡ଼ିକାଲ କର୍ତ୍ତୃପକ୍ଷ ମୃତ୍ୟୁ ଘୋଷଣା କରିବା ସହିତ ଏକ ବ୍ୟାଗ ରେ ପୁରାଇ ଉକ୍ତ ପରିବାରକୁ ହସ୍ତାନ୍ତର କରିଥିଲେ ।

ଏହାପରେ ମୃତ ଶିଶୁରଙ୍କ ପରିବାର ଛୁଆକୁ ନେଇ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମରେ ପହଁଚିଥିଲେ । ଯେତେବେଳେ ଶିଶୁଟିକୁ ନେଇ ମାଟିଖୋଳି ତଳେ ପୋତିବାକୁ ପାଇଁ ଯାଆନ୍ତି ତ ସେତେବେଳକୁ ହଠାତ୍ ଦେଖନ୍ତି କି ଛୁଆଟି କାନ୍ଦି ଉଠୁଛି। ଏହାପରେ ହଠାତ୍ ସମସ୍ତ ଆଶ୍ଚର୍ଯ୍ଯ ହୋଇଯିବା ସହିତ ତୁରନ୍ତ ଛୁଆକୁ ଧରି ପୁଣି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପହଁଚିଥିଲେ। ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଦୁଃଖର କଥା ପୁଣି ଆଜି ସକାଳେ ପାଖାପାଖି ୭ ଟା ସମୟରେ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।

ଏପଟେ ଶିଶୁଟି ବଞ୍ଚିଥିବାବେଳେ କେମିତି ତାକୁ ମୃତ ଘୋଷଣା କରାଗଲା? କେମିତି ଏପରି ଦାୟିତ୍ଵହୀନ କାର୍ଯ୍ୟ କଲେ ଡାକ୍ତରଖାନା କର୍ତ୍ତୁପକ୍ଷ? ଏନେଇ ଉଚିତ୍ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତ ପରିବାର ।

କରଞ୍ଜିଆରୁ ସରୋଜ ବେହେରାଙ୍କ ରିପୋର୍ଟ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.