Below header

ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ ଚିହ୍ନଟ, କଣ୍ଟେନମେଣ୍ଟ ଜୋନ ହେଲା ଥାନା ପରିସର

କଟକ: କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ଥାନା କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ । ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଥାନାର ୨୨ ଜଣ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି । ଆଜି ସେମାନଙ୍କ ନମୁନା ପରୀକ୍ଷା କରାଯିବ । ଏନେଇ ଆଠଗଡ଼ ଏସ୍‌ଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି ।

ଆଇଆଇସି ପଜିଟିଭ ଜଣା  ପଡିବା  ପରେ ଥାନାର ଅନ୍ୟ ୬ ଜଣଙ୍କୁ କ୍ବାରେଣ୍ଟାଇନରେ ପଠାଯିବା ସହ ସେମାନଙ୍କର  କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ତେବେ ଆଇଆଇସିଙ୍କ କିପରି କରୋନା ଆକ୍ରାନ୍ତ ହେଲେ ତାହାର କିଛି ସୂଚନା ମିଳିପାରିନାହିଁ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବାର କହିଛନ୍ତି ଏସପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.