Indian Coast Guard ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଆପଣ କୋଷ୍ଟ ଗାର୍ଡ ଚାକିରି କରିବାକୁ ଚାହୁଁଚନ୍ତି କି ? ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ଭାରତୀୟ ତଟ ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯେଉଁ ଇଚ୍ଛକ ପ୍ରାର୍ଥୀ ଏହି ପଦବୀରେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ଏହାର ଅଧିକାରିକ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ :
ଏମଟି ଡ୍ରାଇଭର, ଲିପ୍ଟ ଅପରେଟର, ଏମଟିଏସ୍‌, ଏମଟିଏମ( ଚୌକିଦାର) ସମେତ ଅନ୍ୟ ପଦବୀ

ପଦବୀ ସଂଖ୍ୟା:

ମହତ୍ତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ତାରିଖ ୧୭ ଜୁନ ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୭ ଜୁଲାଇ ରହିଛି।

Indian-Coast-Guard

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଡାଉନଲୋଡ କରନ୍ତୁ।

ବୟସ ସୀମା : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା : ଆବେଦନକାରୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଅଧିସୂଚନା ଡାଉନଲୋଡ କରି ପଢିବା ପରେ ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ ଆବେଦନ କରିପାରିବେ। ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ନ ରହିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.