Below header

ଖୋଲିଲା ବାହାନଗା ହାଇସ୍କୁଲ : ଟ୍ରେନ ଦୁର୍ଘଟଣା ପରେ ସ୍କୁଲରେ ରଖାଯାଇଥିଲା ମରଶରୀର

ଆଜି ଖୋଲିଛି ବାହାନଗା ସ୍କୁଲ । ଟ୍ରେନ୍‌ ଦୁର୍ଘଟଣା ପରେ ସ୍କୁଲ ଘରେ ମୃତଦେହ ରଖାଯାଇଥିଲା । ମୃତଦେହଗୁଡ଼ିକୁ ସ୍ଥାନାନ୍ତର କରିବା ପରେ ବି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ମୃତଦେହ ରଖାଯାଇଥିବା ଶ୍ରେଣୀ ଗୃହଗୁଡିକୁ ଭଙ୍ଗାଯାଇଥିଲା । ତାପରେ ଆଜି ସ୍କୁଲ ଖୋଲିଛି ।

ବାଲେଶ୍ୱର (କେନ୍ୟୁଜ): ଆଜି ଖୋଲିଛି ବାହାନଗା ସ୍କୁଲ । ଟ୍ରେନ୍‌ ଦୁର୍ଘଟଣା ପରେ ସ୍କୁଲ ଘରେ ମୃତଦେହ ରଖାଯାଇଥିଲା । ମୃତଦେହଗୁଡ଼ିକୁ ସ୍ଥାନାନ୍ତର କରିବା ପରେ ବି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ମୃତଦେହ ରଖାଯାଇଥିବା ଶ୍ରେଣୀ ଗୃହଗୁଡିକୁ ଭଙ୍ଗାଯାଇଥିଲା । ତାପରେ ଆଜି ସ୍କୁଲ ଖୋଲିଛି । ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣଚରଣ ସୁତାର ସ୍କୁଲରେ ପହଞ୍ଚି ଶ୍ରେଣୀ ଗୃହ ବୁଲି ଦେଖିଥିଲେ । ଏହାପରେ କ୍ଲାସରୁମରେ ଚାଲିଛି ପାଠପଢ଼ା । ଅନ୍ୟପଟେ ଆଜି ବାକି ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ରୁମ୍‌ ଭାଙ୍ଗିବା କାମ ଚାଲିଛି ।

ଏଥିସହ ମୃତଦେହ ରଖାଯାଇଥିବା ମଧ୍ୟାନ ଭୋଜନ ହଲକୁ ଭାଙ୍ଗି ନୂଆ କରି ତିଆରି କରାଯାଇଛି । ସ୍କୁଲର ଅନ୍ୟ ଶ୍ରେଣୀଗୃହ ଗୁଡିକୁ ରଙ୍ଗ ଦିଆଯାଇଛି । ବାହାନଗା ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୫୬ ଛାତ୍ରଛାତ୍ରୀ ପାଠ ପଢନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.