ଅପହରଣ ଅଭିଯୋଗରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ଜଣେ ଯୁବକ ଓ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ଅପହରଣ ଅଭିଯୋଗରେ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଜଣେ ଯୁବକ ଓ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ଗାଁରେ ଏଭଳି କଙ୍ଗାରୁ କୋର୍ଟ ବସିଥିବା ଅଭିଯୋଗ ହୋଇଛି ।

କରଞ୍ଜିଆ (କେନ୍ୟୁଜ): ଅପହରଣ ଅଭିଯୋଗରେ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଜଣେ ଯୁବକ ଓ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ଗାଁରେ ଏଭଳି କଙ୍ଗାରୁ କୋର୍ଟ ବସିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଗତକାଲି ଘରେ କେହି ନଥିବା ବେଳେ ଅଫଜଲ୍ ଅନସାରୀ ଓ ଜଣେ ମହିଳା ବାଟପଳସା ଗାଁର ଅନାମ ଦେହୁରୀଙ୍କ ୧୩ ବର୍ଷର ଝିଅକୁ ରଥ ଯାତ୍ରା ଦେଖିବାକୁ ଯିବାକୁ କହି ଘରୁ ଡାକି ନେଇଥିଲେ । ହେଲେ ଗତାକଲି ନାବାଳିକା ଜଣଙ୍କ ଘରକୁ ଫେରି ନଥିବା ବେଳେ ଆଜି ସକାଳୁ ଅଫଜଲ୍ ଅନସାରୀ ଓ ମହିଳା ଜଣଙ୍କ ଗାଁରୁ ଲୁଚି ପଳାଇବାକୁ ଚେଷ୍ଟା କରୁଥିଲେ ।

ତେବେ ଏହି ଦୁଇ ଜଣ ନାବାଳିକାଙ୍କୁ ନିଖୋଜ କରିଥିବା ସନ୍ଦେହ କରି ଗ୍ରାମବାସୀ ମାନେ ତାଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିଲେ । ନିଖୋଜ ନାବାଳିକା କେଉଁଠି ଅଛି ବୋଲି ପଚାରି ତାପରେ ମାଡ଼ ମାରୁଛନ୍ତି । ଆଜି ସକାଳୁ ସକାଳୁ ବାଟପଳସା ଗାଁରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । କରଞ୍ଜିଆ ପୋଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରିଛି । ଏବେ ବି ନାବାଳିକାଙ୍କ ପତା ମିଳୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.