Below header

ଯୋଗ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଲେ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଗିଡିଗଲା କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସ୍ବାସ୍ଥ୍ୟବସ୍ଥା । ଏବେ ସେ ସୁସ୍ଥ ରହିଥିବା ସହିତ ଦିଲ୍ଲୀ ଏମ୍ସରେ ନିଜର ଚିକିତ୍ସା କରାଇବେ ବୋଲି କହିଛନ୍ତି ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କରିବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍‌ ବିଗିଡିଯାଇଛି । ଆଜି ସକାଳେ ମନ୍ତ୍ରୀ ଯୋଗ ଦିବସ ପାଳନ କରିବା କୋନହାରା ଘାଟରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା । ତୁରନ୍ତ ତାଙ୍କୁ ପାଣି ପିଇବା ସହିତ ଧ୍ୟାନ ରଖାଯାଇଥିଲା ।

ଖବର ମୁତାବକ, ଯୋଗ ଦିବସରେ ଯୋଗ କରିବା ପାଇଁ ମନ୍ତ୍ରୀ କୋନହାରା ଘାଟରେ ପହଞ୍ଚିଥିଲେ । ବାଟରେ ଆସୁଥିବା ବେଳେ ତାଙ୍କ ଗାଡି ଗାତରେ ପଡିଯିବା ଯୋଗୁଁ ତାଙ୍କୁ ସମସ୍ୟା ହୋଇଥିଲା । ତେଣୁ ସେ ଯୋଗ କରିପାରିଲେ ନାହିଁ ଏବଂ ହଠାତ୍‌ ଦେହ ଅସୁସ୍ଥ ହୋଇପଡିଥିଲା । ସେ ଦିଲ୍ଲୀ ଏମ୍ସ ଯାଇ ଚିକିତ୍ସା କରିବେ । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ତେବେ କିଛି ସମୟ ପରେ ତାଙ୍କୁ ପାଣି ପିଇବା ପରେ ସୋଫାରେ ବସାଇ ଦିଆଯାଇଥିଲା ।

ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ ମନ୍ତ୍ରୀ ଠିକ୍‌ ଭାବେ ଠିଆ ହୋଇପାରୁନଥିଲେ ।  ଯୋଗ ଦିବସ ପାଇଁ ନିଜ ସମର୍ଥକଙ୍କ ସହିତ କୋନହାରା ଘାଟକୁ ଆସିଥିଲେ । ତାଙ୍କ ସହିତ ସରକାରୀ କର୍ମଚାରୀ ଏବଂ ଅଧିକାରୀ ମଧ୍ୟ ରହିଥିଲେ । ଲୋକଙ୍କ ସହିତ ଯୋଗ କରିବା ଆରମ୍ଭ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ।

ବର୍ତ୍ତମାନ ସୁସ୍ଥ ରହିଛନ୍ତି । ଏହାପରେ ସେ ଦିଲ୍ଲୀ ଯାଇ ଏମ୍ସରେ ଚିକିତ୍ସିତ ହେବେ ବୋଲି ମନ୍ତ୍ରୀ ନିଜେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.