Below header

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ଛାତ୍ରଛାତ୍ରୀଙ୍କୁ ଯୋଗଶିକ୍ଷା ଦେଲେ ବଡ଼ଚଣା ବିଧାୟକ ଅମର ଶତପଥୀ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯୋଗଶିକ୍ଷା ପ୍ରଦାନ କରିବା ସହ ନିଜେ ବିଭିନ୍ନ ଯୋଗାସନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇ ମଧ୍ୟ ଯୋଗଭ୍ୟାସ କରିଥିଲେ।

ଯାଜପୁର (କେନ୍ୟୁଜ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ କରିବା ଦ୍ୱାରା ମନ ଶାନ୍ତ ଓ ଦେହ ସୁସ୍ଥ ରହିଥାଏ। ପ୍ରତିବର୍ଷ ଜୁନ ୨୧ତାରିଖ ଆଜିର ଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସବୁଠି ପାଳନ କରାଯାଉଛି। ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

ଏଥିରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯୋଗଶିକ୍ଷା ପ୍ରଦାନ କରିବା ସହ ନିଜେ ବିଭିନ୍ନ ଯୋଗାସନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇ ମଧ୍ୟ ଯୋଗଭ୍ୟାସ କରିଥିଲେ। କର୍ମମୟ ଜୀବନରେ ଯୋଗର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଛି। ଆଗାମୀ ଦିନରେ ଯୁବପିଢ଼ି ମାନେ ଦୈନନ୍ଦିନ ଯୋଗାଭ୍ୟାସ କଲେ ନିରୋଗ ରହିବା ସହ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇପାରିବେ ବୋଲି ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.