କ୍ଷୟକ୍ଷତିକୁ ରୋକିବ ମକଡ୍ରିଲ, ପ୍ରତିବର୍ଷ ଜୁନ ୧୯ରେ ଲୋକଙ୍କୁ କରାଯାଉଛି ସଚେତନ

ଶୂନ୍ୟମୃତ୍ୟୁ ଟାର୍ଗେଟରେ ବାତ୍ୟାର ସାମନା କରୁଛି ଓଡ଼ିଶା । ଟାର୍ଗେକୁ ପୂରଣ ପାଇଁ ଉପକୂଳ ଜିଲ୍ଲା ମାନଙ୍କରେ ମକଡ୍ରିଲ କରାଯାଉଛି । ଜନ ସାଧାରଣଙ୍କୁ ଶିଖାଉଛନ୍ତି ନିଜେ ବଞ୍ଚିବା ସହ ଅନ୍ୟ ମାନଙ୍କୁ ବଞ୍ଚାଇବାର କୌଶଳ ।

କେନ୍ୟୁଜ୍(ବ୍ୟୁରୋ): ମନରୁ ଲିଭିନି ୧୯୯୯ ମହାବାତ୍ୟା । ପରେ ଓଡ଼ିଶା ଅନେକ ବାତ୍ୟାର ସାମନା କରିଛି । ଶୂନ୍ୟମୃତ୍ୟୁ ଟାର୍ଗେଟରେ ବାତ୍ୟାର ସାମନା କରୁଛି ଓଡ଼ିଶା । ଏହି ଟାର୍ଗେକୁ ପୂରଣ କରିବା ପାଇଁ ଉପକୂଳ ଜିଲ୍ଲା ମାନଙ୍କରେ ମକଡ୍ରିଲ କରାଯାଉଛି । ସଚେତନତା ଓ ସଠିକ କୌଶଳ ହିଁ ଏସବୁର ପ୍ରଭାବକୁ କମାଇ ପାରିବ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ବାତ୍ୟାକୁ ଆଖି ଆଗରେ ରଖି ମକଡ୍ରିଲ ହୋଇଛି । ଏଥିରେ ସାମଲି ହୋଇଛନ୍ତି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାରକାରୀ ଦଳ ।

ବନ୍ୟା, ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚାଲିଛି ସଚେତନତା । ଓସଡମା ପକ୍ଷରୁ ତାଲିମ ଦିଆଯାଉଛି । ଅଗ୍ନୀଶମ ବିଭାଗ, ଏନଡିଆରଏଫ, ଓଡ୍ରାଫ ପକ୍ଷରୁ କ୍ଷୟକ୍ଷତିକୁ ରୋକିବା ପାଇଁ ଚାଲିଛି ସଚେତନତା । ଜନ ସାଧାରଣଙ୍କୁ ଶିଖାଉଛନ୍ତି ନିଜେ ବଞ୍ଚିବା ସହ ଅନ୍ୟ ମାନଙ୍କୁ ବଞ୍ଚାଇବାର କୌଶଳ । ଗୋଷ୍ଠୀସଂଘ ବୈଠକ ମାଧ୍ୟମରେ ଚାଲିଛି ସଚେତନତା ଅଭିଯାନ । ଗାଁର ଯୁବକ ଯୁବତୀ ପେସାରଦାର ଭଳି କୌଶଳ ପ୍ରଦର୍ଶନ କରୁଛନ୍ତି । ଏହାସହ ଗାଁ ଲୋକଙ୍କୁ ଯୋଗାଇ ଦିଆଯାଇଛି ଯନ୍ତ୍ରପାତି । ଏହାସହ ସେମାନେ ତାକୁ ଚଳେଇବାର କୌଶଳ ଶିଖୁଛନ୍ତି । ଭବିଷ୍ୟତରେ ଏହାର ଆବଶ୍ୟକତା ପଡ଼ିଲେ ତାକୁ ବ୍ୟବହାର କରିବେ । ଏହାସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ ଯୁବପିଢି ।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜୁନ ୧୯ ତାରିଖରେ ସାମୁହିକ ଅଭ୍ୟାସ କରାଯାଇଛି । ବାସୁଦେବପୁର ବ୍ଲକର ୩୮ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୧ଟି ରେଡକ୍ରସ କେନ୍ଦ୍ରରେ ଅଭ୍ୟାସ କରାଯାଇଛି । କିପରି ଲୋକଙ୍କୁ ଏପରି ପ୍ରତିକୂଳ ସ୍ଥିତିରେ ଉଦ୍ଧାର କରାଯାଇ ପାରିବ ସେନେଇ ଦିଆଯାଇଛି ତାଲିମ । ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ଯାଞ୍ଚ କରାଯାଇଛି । ସଚେତନତା ଓ କୌଶଳ ବଳରେ ସାମନା କରାଯାଇ ପାରିବ ପ୍ରକୃତର କରାଳ ରୂପକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.