ପତ୍ନୀର ଗଳା ଚିପି ହତ୍ୟା କରିବା ପରେ ପିଲାଙ୍କୁ କୂଅରେ ପକାଇଦେଲେ ଡାକ୍ତର, ଆଉ ନିଜେ ଫାଶୀ ଲଗାଇଦେଲେ

ପତ୍ନୀ ଓ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ଡାକ୍ତର । ପ୍ରତିଦିନ ହେଉଥିବା ଝଗଡା ଯୋଗୁଁ ଏଭଳି ଚରମ ନିଷ୍ପତ୍ତି ନେଲେ ଡାକ୍ତର । ମହାରାଷ୍ଟ୍ର ପୁନେରେ ଘଟିଛି ଏମିତି ଘଟଣା ।

ମହାରାଷ୍ଟ୍ର ପୁନେରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୁନେ ଜିଲ୍ଲାର ଦାଣ୍ଡେ ତହସିଲରେ ଜଣେ ଡାକ୍ତର ପତ୍ନୀ ଏବଂ ପିଲାକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ୪୨ ବର୍ଷୀୟ ପଶୁ ଡାକ୍ତର ପ୍ରଥମେ ପତ୍ନୀଙ୍କୁ ତଣ୍ଟି ଚିପି ମାରିବା ପରେ ପୁଅକୁ କୂଅରେ ପକାଇଦେଇଥିଲେ । ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।

ଖବର ମୁତାବକ, ମୃତକ ଡାକ୍ତର ଅତୁଲ ଦିବେକର, ପତ୍ନୀ ପଲ୍ଲବୀ ଦିବେକର ଏବଂ ପୁଅ ଅଦୈତ (୯), ଝିଅ ବେଦାତି(୬) ଦାଣ୍ଡେ ତହସିଲ ଅନ୍ତର୍ଗତ ୱରୱଣ୍ଡରେ ରହୁଥିଲେ । ପୋଲିସ କହିବାକୁ ମୁତାବକ, ପତି ଓ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗୁଥିଲେ । ଝଗଡା ଯୋଗୁଁ ଅତୁଲ ସବୁବେଳେ ଷ୍ଟ୍ରେସରେ ରହୁଥିଲେ ।

ତେଣୁ ଝଗଡା କରିବା ସମୟରେ ଅତୁଲ ପତ୍ନୀଙ୍କ ଗଳା ଚିପି ମାରିବା ପରେ ଦୁଇଟି ପିଲାକୁ କୂଅରେ ପକାଇ ଦେଇଥିଲେ । ପିଲାଙ୍କୁ କୂଅରେ ପକାଇବା ପରେ ଘରକୁ ନିଜେ ଆସି ଫାଶୀ ଲଗାଇଦେଇଥିଲେ । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ।

ତେବେ ମୃତ ଅତୁଲ ପେଶାରେ ଜଣେ ପଶୁ ଡାକ୍ତର ଥିବା ବେଳେ ପତ୍ନୀ ଶିକ୍ଷୟିତ୍ରୀ ଥିଲେ । ସାଧାରଣ ଝଗଡାକୁ ନେଇ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏହି ମାମଲାରେ ଅଧିକ ପୋଲିସ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.